ଟ୍ରୋଲ ହେଲେ କାଟଜୁ, କହିଲେ- ଭଲ ଝିଅଙ୍କୁ ଶୀଘ୍ର ଶୋଇବା ଦରକାର

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦/୦୯: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମାର୍କଣ୍ଡେୟ କାଟଜୁ ଫେସବୁକରେ କମେଣ୍ଟ କରି ପୁଣି ଥରେ ଚର୍ଚାକୁ ଆସିଛନ୍ତି। ସାଧାରଣତଃ ସେ ଖୋଲାଖୋଲି ଭାବେ ବିଭିନ୍ନ ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି। ବିଶେଷକରି ମହିଳାଙ୍କ ପ୍ରସଙ୍ଗରେ କାଟଜୁ କମେଣ୍ଟ ଦିଅନ୍ତି। ତେବେ ଏଥର ସେ ଫେସବୁକରେ ଯେଉଁ କମେଣ୍ଟ କଲେ ତାକୁ ନେଇ ସାମାଜିକ ଗଣମାଧ୍ୟମରେ ତାଙ୍କର ଖୁବ୍ ସମାଲୋଚନା ହେଉଛି। ଏହା ପୂର୍ବରୁ ମଧ୍ୟ କାଟଜୁ କମେଣ୍ଟ ପାଇଁ ଚର୍ଚାରେ ରହି ଆସିଛନ୍ତି।

ଜଷ୍ଟିସ୍ କାଟଜୁ ତାଙ୍କ ପୋଷ୍ଟରେ କମେଣ୍ଟ କରିଥିବା ଜଣେ ମହିଳାଙ୍କୁ ଅନେକ ରିପ୍ଲାଏ ଦେଇଛନ୍ତି। କମେଣ୍ଟରେ ସେ ମହିଳାଙ୍କୁ ପଚାରିଲେ, ‘‘ତମକୁ ନିଦ ଆସୁଛି? ଏହା ପରେ ଆଉ ଏକ କମେଣ୍ଟରେ ସେ କହିଲେ, ମୋତେ ଲାଗୁଛି ଭଲ ଝିଅଙ୍କୁ ଜଲଦି ଶୋଇବା ଦରକାର।’’ ତାଙ୍କର ଏହି କମେଣ୍ଟ୍ ପରେ ସେ ସୋସିଆଲ ମିଡିଆରେ ୟୁଜରଙ୍କ ଟାର୍ଗେଟ ହୋଇଛନ୍ତି। ଏପରିକି ଜଣେ ୟୁଜର ତାଙ୍କୁ ଟିଣ୍ଡର ଆକାଉଣ୍ଟ ଖୋଲିବାକୁ କହିଛନ୍ତି।

୨୦୧୫ରେ ଏହି ବୟାନକୁ ନେଇ ଚର୍ଚାରେ ଥିଲେ କାଟଜୁ: ସୂଚନାଯୋଗ୍ୟ ମାର୍କଣ୍ଡେୟ କାଟଜୁ ୨୦୧୫ରେ ତାଙ୍କର ଏକ ବୟାନ ପାଇଁ ଚର୍ଚାରେ ରହିଥିଲେ। ୨୦୧୫ରେ ଦିଲ୍ଲୀ ନିର୍ବାଚନ ସମୟରେ କାଟଜୁ କହିଥିଲେ ବିଜେପିର ସିଏମ ପ୍ରାର୍ଥୀ କିରଣ ବେଦୀଙ୍କ ଅପେକ୍ଷା ବିଜେପି ସଦସ୍ୟା ଶାଜିୟା ଇଲମି ଖୁବ୍ ସୁନ୍ଦର। ସେତେବେଳେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିରଣ ବେଦୀଙ୍କୁ କରାଯାଇଥିଲା।

ସନି ଲିଓନିଙ୍କୁ ନେଇ ରଖିଛନ୍ତି ମତ: କାଟଜୁ ସଲମାନ ରୁଶଦିଙ୍କୁ ‘ମାମୁଲି’ ଲେଖକ କହିଥିଲେ। ତାଙ୍କ ମତରେ ରୁଶଦିଙ୍କ ‘ମିଡନାଇଟ୍ ଚିଲଡ୍ରେନ୍’ କଷ୍ଟରେ ମହାନ ସାହିତ୍ୟ ଶ୍ରେଣୀରେ ଆସେ। ସନି ଲିଓନିଙ୍କୁ ନେଇ ମତ ରଖିଥିବା କାଟଜୁ ଥରେ କହିଥିଲେ ଆମେରିକୀୟ ପର୍ନ ଷ୍ଟାରଙ୍କୁ ତାଙ୍କ ଅତୀତ ପାଇଁ ନିନ୍ଦା କରିବା ଠିକ୍ କଥା ନୁହେଁ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.