Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆମେରିକାରେ ସୁରକ୍ଷିତ ମତଦାନ କ୍ୟାମ୍ପେନ୍ ସହାୟତା ପାଇଁ ଜୁକରବର୍ଗ ଦମ୍ପତ୍ତି ଦାନ କଲେ ୩୦୦ ନିୟୁତ ଡଲାର

3/09/2020 at 5:45 PM

ନ୍ୟୁୟର୍କ, ୦୩|୦୯ :   ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ତାଙ୍କ ପତ୍ନୀ ପ୍ରିସକିଲା ଚାନ୍ । ଉଭୟ ନାଗରିକମାନେ କିପରି ସୁରୁଖୁରୁରେ ଭୋଟ୍ ଦେଇପାରିବେ ସେଥିପାଇଁ ମଙ୍ଗଳବାର ୩୦୦ ମିଲିୟନ ଡଲାର ଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ଦି ସେଣ୍ଟର ଫର୍ ଟେକ ଆଣ୍ଡ୍ ସିଭିକ୍ ଲାଇଫ୍ ଓ ସେଣ୍ଟର ଫର୍ ଇଲେକ୍ସନ ଇନୋବେସନ୍ ନାମକ ଦୁଇଟି ଏନଜିଓ ଏନେଇ ସୂଚନା ଦେଇଛନ୍ତି ।

ଦି ସେଣ୍ଟର ଫର୍ ଟେକ ଆଣ୍ଡ୍ ସିଭିକ୍ ଲାଇଫ୍ ୨୫୦ ମିଲିୟନ ଡଲାର ଗ୍ରହଣ କରିଛି । ଏହି ସଂସ୍ଥା ନିର୍ବାଚନ ସମୟରେ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ନେବା ଆଣିବା, ତାଲିମ ପ୍ରଦାନ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବ ।

ସେହିପରି ସେଣ୍ଟର ଫର୍ ଇଲେକ୍ସନ ଇନୋବେସନ୍ ୫୦ ମିଲିୟନ ଡଲାର ଗ୍ରହଣ କରିଛି । ଏହା ଭୋଟରଙ୍କ ତଥ୍ୟକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଜୁକରବର୍ଗ ଓ ଚାନ୍ କହିଛନ୍ତି ଯେ, କରୋନା ସମୟରେ ଦେଶରେ ନିର୍ବାଚନ ହେଉଛି । ଦିନରାତି ନିର୍ବାଚନ ଅଧିକାରୀମାନେ କାମ କରୁଛନ୍ତି । କିପରି ସମସ୍ତ ଭୋଟର ମତଦାନ କରିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଅନେକ ରାଜ୍ୟ ଅର୍ଥସଙ୍କଟ ଦେଇ ଗତି କରୁଛନ୍ତି । କିପରି ନିର୍ବାଚନ ପାଇଁ ଟଙ୍କ ଯୋଗାଡ ହେବ ସେନଇ କାମ କରୁଛନ୍ତି । ଏହି ଦାନ ସ୍ଥାନୀୟ ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଫାଇଦା ଦେବ । ଏପରିକି ସେମାନେ ଉନ୍ନତମାନର ତାଲିମ୍ ନେଇପାରିବେ ।

ଗତ ଅଗଷ୍ଟରେ ଫେସବୁକ କିପରି ଭାବେ ଅଧିକରୁ ଅଧିକ ଲୋକ ଭୋଟଦାନରେ ଭାଗ ନେଇପାରିବେ ସେନେଇ ଏକ ଅଭିଯାନ ଆରମ୍ଭ କରିଛି । ଏପରିକି ରାଜନୈତିକ ବିଜ୍ଞାପନ ବନ୍ଦ କରିବାକୁ ମଧ୍ୟ ଫେସବୁକ ଅଣ୍ଟା ଭିଡିଛି ।

   Related Posts