Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଲେ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ, ଦାନ କଲେ ୨୫ ଲକ୍ଷ ଡଲାର

29/03/2020 at 3:01 PM

ଓ୍ୱାଶିଂଟନ, ୨୯|୦୩: କରୋନା ଭାଇରସ ବିରୋଧୀ ଲଢେଇରେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ  ତାଙ୍କ ପତ୍ନୀ ପ୍ରିସିଲା ସାମିଲ ହୋଇଛନ୍ତି । ଉଭୟ ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନର ସହଭାଗିତାରେ ୨୫ ଲକ୍ଷ ଡଲାର ଦାନ କରିବେ ବୋଲି ଘୋଷଣା କରିଛନ୍ତି । ମାର୍କ ଓ ତାଙ୍କ ପତ୍ନୀଙ୍କ ସଂସ୍ଥା ଚେନ୍ ଜୁକରବର୍ଗ ଇନିସିଏଟିଭ୍ କରୋନା ଲଢେଇରେ ଆଗକୁ ଆସିଛି । ଏହି ଅର୍ଥକୁ କୋଭିଡ-୧୯ ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରାଯିବ ।

ଜୁକରବର୍ଗଙ୍କ ପତ୍ନୀ ପ୍ରିସିଲା କହିଛନ୍ତି ଯେ, ସେ ଫାଉଣ୍ଡେସନ ସହ ସାମିଲ ହୋଇ ଗର୍ବ କରନ୍ତି । ଏହା କରୋନା ଭାଇରସ ସହ ଲଢେଇ କରୁଛି । ଦାନ କରାଯାଇଥିବା ଅର୍ଥ କରୋନା ମୁକାବିଲା ପାଇଁ ବ୍ୟବହାର କରାଯିବ । ଏହି ଅର୍ଥ ସଂକ୍ରମିତଙ୍କୁ ଔଷଧ ପାଇଁ ବିନିଯୋଗ ହେବ । ଫଳରେ ବିଶ୍ୱ ଏହି ମହାମାରୀ ବିରୋଧରେ ଲଢିପାରିବ ।

ଜୁକରବର୍ଗ ଫାଉଣ୍ଡେସନ ଯେଉଁ ଅର୍ଥରାଶି ଦାନ କରିଛି ତାହା ବିଲ୍ ଗେଟସ୍ ଫାଉଣ୍ଡେସନ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଲ୍ ଗେଟସ୍ ଫାଉଣ୍ଡେସନ କରୋନା ମୁକାବିଲା ପାଇଁ  ୧୨୫ ମିଲିୟନ ଡଲାର ଦାନ କରିଥିଲା । ଫାଉଣ୍ଡେସନ ଅତିଶୀଘ୍ର କରୋନା ପ୍ରତିଷେଧକ ପ୍ରସ୍ତୁତ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ମଧ୍ୟ କହିଥିଲା । 

   Related Posts