Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ଜି.ଉଦୟଗିରି : କନ୍ଧମାଳରେ ଶୀତ ପ୍ରକୋପ, ରାତିରେ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା
  • ||
  • ଚଣ୍ଡିଖୋଲ : ବାଇକ୍‌ରେ ଯିବାବେଳେ ମହିଳାଙ୍କ ବେକରୁ ସୁନା ହାର ଓ ଚେନ୍ ଝାମ୍ପିନେଲା ଦୁର୍ବୃତ୍ତ, ଗାଡିରୁ ଖସିପଡି ମହିଳା ଆହତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ପାଟଣା : ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା : ଲୋକେ ଭୟଭୀତ, ସତର୍କ କଲା ବନ ବିଭାଗ
  • ||

ଫେସବୁକର ନାଁ ଏବଂ ଲୋଗୋ ବଦଳାଇବା ପାଇଁ ବାଧ୍ୟ ହେଲେ ମାର୍କ ଜୁକରବର୍ଗ ! ଏହି ମହିଳା ଦେଇଥିଲେ ଚ୍ୟାଲେଞ୍ଜ

29/10/2021 at 6:42 PM

ନୂଆଦିଲ୍ଲୀ ୨୯/୧୦ : ଫେସବୁକ ନିଜର କର୍ପୋରେଟ୍‌ ନାଁ ଏବଂ ଲୋଗୋ ବଦଳାଇ ମେଟା ପ୍ଲାଟଫର୍ମସ୍ ଇଙ୍କ୍ (Meta Platforms Inc.) କରିଛି । ବିଶ୍ବର ସର୍ବ ବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକା ମାର୍କ ଜୁକରବର୍ଗ ଏ ନେଇ ସୂଚନା ଦେଇଛନ୍ତି । କମ୍ପାନୀର ନାଁ ବଦଳାଇବାକୁ ନେଇ ଜୁକରବର୍ଗ କହିଛନ୍ତି, ‘ଏବେ ଆମେ ଯାହା କରୁଛେ ସେହି ହିସାବରେ ବର୍ତ୍ତମାନର ବ୍ରାଣ୍ଡ ଠିକ ନୁହେଁ ତେଣୁ ଗୋଟିଏ ନୂଆ ବ୍ରାଣ୍ଡର ଆବଶ୍ୟକତା ପଡିଲା । ମେଟା ବ୍ରାଣ୍ଡ ଜରିଆରେ କମ୍ପାନୀ ତାର ଗ୍ରାହକଙ୍କ ପାଇଁ ଆହୁରି ଅନେକ ସବିଧା ଯୋଗାଇ ଦେବ ।’

କିନ୍ତୁ ଫେସବୁକ୍‌ର ଏଭଳି ନାଁ ପରିବର୍ତ୍ତନକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଫେସବୁକକୁ ନେଇ ଜାରି ରହିଥିବା ବିବାଦରୁ ବର୍ତ୍ତିବା ପାଇଁ ଏଭଳି କରିଛନ୍ତି ମାର୍କ ଜୁକରବର୍ଗ । କମ୍ପାନୀର ନାଁ ଏଭଳି ସମୟରେ ବଦଳାଯାଇଛି ଯେତେବେଳେକି କମ୍ପାନୀର କିଛି ପୂର୍ବତନ କର୍ମଚାରୀ ସଂସ୍ଥା ବିରୁଦ୍ଧରେ ଖୋଲାଖୋଲି ଭା​‌ବେ ଅଭିଯୋଗ କରିଥିଲେ । ଏହି ପୂର୍ବତନ କର୍ମଚାରୀ ହେଉଛନ୍ତି ଫ୍ରାନ୍ସେସ୍‌ ହୋଗନ୍‌ । ଗତ କିଛି ମାସ ହେଲା ଫ୍ରାନ୍ସେସ୍‌ ଲଗାତାର ଭାବେ ଫେସବୁକର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇ ଆସୁଥିଲେ ।

ଫ୍ରାନ୍ସେସ୍‌ ହୋଗନ୍‌ ଅଭିଯୋଗ କରିଥିଲେ ଯେ, ‘ସୋସିଆଲ୍ ମିଡିଆ କମ୍ପାନୀ ଫେସବୁକ ପ୍ରଚୁର ଲାଭ ପାଇବା ପାଇଁ ଖରାପ ମନ୍ତବ୍ୟକୁ ଉସକାଇବା ଭଳି ବକ୍ତବ୍ୟକୁ ପ୍ରୋତ୍ସାହିତ ଦେଉଛି । ଏହାକୁ ବନ୍ଦ କରିବା ପରିବର୍ତ୍ତେ ଫେସବୁକ ସର୍ବଦା ନିଜର ସ୍ୱାର୍ଥ ଏବଂ ଲାଭକୁ ପ୍ରାଧାନ୍ୟ ଦେଉଛି’ ।

ଏହା ଛଡା ଫେସବୁକ ଅନେକ ଦେଶରେ ରାଜନୀତିକୁ ପ୍ରଭାବିତ କରିସାରିଛି ବୋଲି ସେ ଅଭିଯୋଗ କରିଥିଲେ । ଏହା ଛଡା ଆଲଗୋରିଦିମ୍‌ ମହିଳା ଏବଂ ଶିଶୁମାନଙ୍କ ପାଇଁ ଫେସବୁକ୍‌ ଠିକ ନୁହେଁ ବୋଲି ସେ କହିଛନ୍ତି । ଏହା ଦ୍ବାରା ଛୋଟ ଛୋଟ ଶିଶୁମାନଙ୍କ ଠାରେ ଖରାପ ପ୍ରଭାବ ପଡୁଛି । କିନ୍ତୁ ଏଥିପ୍ରତି କମ୍ପାନୀର ନିଘା ନାହିଁ । ଫେସବୁକ କେବଳ ତାର ଲାଭ ଏବଂ ପ୍ରଭାବ ବିସ୍ତାର ପାଇଁ ହିଁ କାମ କରୁଛି ବୋଲି ଫ୍ରାନ୍ସେସ୍‌ ହୋଗନ୍‌ ଅଭିଯୋଗ କରିଥିଲେ ।

   Related Posts