ମରଜାୱାଁ ଚଳଚ୍ଚିତ୍ରର ଶୁଟିଂ ହେଲା ଶେଷ
19/03/2019 at 6:04 PM
ମୁମ୍ୱାଇ୧୯|୩: ଗତ ବର୍ଷ “ଅୟାରୀ” ଫିଲ୍ମରେ ଧମାଲ କରିବା ପରେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ନୂଆ ପିଲ୍ମ “ମରଜାୱାଁ”ର ଶୁଟିଂରେ ବ୍ୟସ୍ତ ଥିଲେ। ଏହି ଚଲଚ୍ଚିତ୍ର ପାଇଁ ସିଦ୍ଧାର୍ଥ ବେଶ ଚର୍ଚ୍ଚାରେ ଅଛନ୍ତି। ଖୁବ୍ ଶିଘ୍ର ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ମିଲାପ ଜାୱେରୀ ଏହି ଫିଲ୍ମର ନିର୍ଦ୍ଦେଶକ। ଫିଲ୍ମରେ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥଙ୍କ ବିପକ୍ଷରେ ତାରା ଶୁତରିୟା ଓ ରକୁଲ ପ୍ରିତ୍ ଅଭିନୟ କରିଛନ୍ତି।

ଏହା ସହ ଏହି ଚଲଚ୍ଚିତ୍ରରେ ବଲିଉଡ ଅଭିନେତା ରିତେଶ ଦେଶମୁଖ ମଧ୍ୟ ଅଭିନୟ କରିଛନ୍ତି। ୨୦୧୪ ମସିହାରେ ରିଲିଜ ହୋଇଥିବା “ଏକ ଭିଲେନ” ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଓ ରିତେଶ ଦେଶମୁଖଙ୍କୁ ଅଭିନୟ କରିବାରେ ଦେଖା ଯାଇଥିଲା। ଏବେ ପୁଣି ଥରେ ଉଭୟଙ୍କୁ ଏକା ସହ ପରଦାରେ ଦେଖିବାକୁ ମିଳିବ। ତାରା ଶୁତରିୟା “ଷ୍ଟୁଡେଣ୍ଟ ଅଫ ଦ ୟିଅର” ଚଳଚ୍ଚିତ୍ରରୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।
