ବୃଦ୍ଧି ପାଇବ ସାମୁଦ୍ରିକ ବାଣିଜ୍ୟ : ୨୦୨୬ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କା କାରବାର ଲକ୍ଷ୍ୟ, ପ୍ରତିନିଧିସ୍ତରୀୟ ଓ୍ବେବିନାର ଅନୁଷ୍ଠିତ

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ ୨୯/୦୧ : ଉଦ୍ୟୋଗୀକରଣ ବିକାଶ କ୍ଷେତ୍ରରେ ‘ସମବାୟ ସମିତି ଦ୍ୱାରା ସାମୁଦ୍ରିକ ବ୍ୟବସାୟ’ ଉପରେ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଛି । କେନ୍ଦ୍ର ମତ୍ସ୍ୟ ବିଭାଗ, LINAC-NCDC (ଜାତୀୟ ସମବାୟ ବିକାଶ ନିଗମ), କୃଷି ବିଭାଗ, କୋ-ଅପରେସନ୍‌ ଏବଂ କୃଷକ କଲ୍ୟାଣ ବିଭାଗ ଏବଂ ବ୍ୟାଙ୍କକ୍‌ରେ ଅବସ୍ଥିତ ଏକ ଆନ୍ତର୍ଜାତୀୟ ସଂଗଠନର ମିଳିତ ଆନୁକୁଲ୍ୟରେ ଏହି ଓ୍ବେବିନାର ଅନୁଷ୍ଠିତ ହୋଇଥିଲା ।

NEDACର ଚେୟାରମ୍ୟାନ୍‌ ସନ୍ଦୀପ କୁମାର ନାୟକ ସୂଚନା ଦେଇଛନ୍ତି ଯେ, ସାମୁଦ୍ରିକ ଚାଷରେ ଆସୁଥିବା ଆହ୍ବାନ୍‌ ଉପରେ ବିଚାର କରିବାକୁ ଉପକୂଳବର୍ତ୍ତୀ ଦେଶଗୁଡ଼ିକ ୱେବିନାରରେ ଅଂଶଗ୍ରହଣ କରୁଛନ୍ତି । ଭିଏତନାମ, ଫିଲିପାଇନ୍ସ ଏବଂ କାନାଡା ପରି ଦେଶର ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମୁଦ୍ରର ତୃଣ ଚାଷକୁ ବଞ୍ଚାଇବା ଏବଂ ଏହାକୁ ବୃଦ୍ଧି କରିବା ପାଇଁ ଏସିଆର ପ୍ରାନ୍ତ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ପାଇଁ ଆବଶ୍ୟକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

wp:gallery {"ids":[400647],"linkTo":"none"} /wp:gallery

କୃଷକଙ୍କ ଆୟ ବୃଦ୍ଧିରେ ସାମୁଦ୍ରିକ ଶିଳ୍ପ ଉତ୍ପାଦନର ମୂଲ୍ୟକୁ ବୃଦ୍ଧି କରିବା ଏବଂ ବ୍ୟବସାୟିକ ସଫଳତା ହାସଲ ପଛରେ କେନ୍ଦ୍ର ମତ୍ସ୍ୟ ବିଭାଗର ଭୂମିକା ପ୍ରଶଂସନୀୟ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ । ଏଥି ପାଇଁ କେନ୍ଦ୍ର ମତ୍ସ୍ୟ ସଚିବ ଡଃ ରାଜୀବ ରଂଜନଙ୍କୁ ପ୍ରଶଂସା କରାଯାଇଥିଲା । ବର୍ତ୍ତମାନ ବିଶ୍ବରେ ସାମୁଦ୍ରିକ ଉତ୍ପାଦନର ମୂଲ୍ୟ ପ୍ରାୟ ୧୨ ବିଲିୟନ ଡ଼ଲାର (୮୭,୪୩୦ କୋଟି ଟଙ୍କା) ରହିଛି ।  ତେବେ ଏହାକୁ ୨୦୨୬ ସୁଦ୍ଧା ଏହା ୨୬ ବିଲିୟନ ଡ଼ଲାର( ୧ ଲକ୍ଷ ୮୯ ହଜାର ୪୫୦ କୋଟି) ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

କେନ୍ଦ୍ର ମତ୍ସ୍ୟ ସଚିବ ଡଃ ରାଜୀବ ରଂଜନ କହିଛନ୍ତି, ଭାରତର ମତ୍ସ୍ୟ ଉତ୍ପାଦନ କ୍ଷମତା ଏକ ମିଲିୟନ ଟନ୍‌ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଏହାକୁ ଆହୁରି ବୃଦ୍ଧି କରାଯାଇ ଏହି ବୃତ୍ତିରେ ୬ ରୁ ୭ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯାଇପାରିବ ବୋଲି ସେ କହିଛନ୍ତି । ଭାରତରେ ପ୍ରାୟ ୭୫୦୦ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳ ରହିଛି । ଏହି ଯୋଜନା କାର୍ଯ୍ୟକ୍ଷମ ହେଲେ କେନ୍ଦ୍ର ସରକାର ଉପକୂଳବର୍ତ୍ତୀ ସମ୍ପ୍ରଦାୟକୁ ମଧ୍ୟ ନିରନ୍ତର ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିପାରିବ । କେବଳ ସେତିକି ନୁହେଁ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଡଃ ରାଜୀବ ରଂଜନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.