କର୍ଣ୍ଣାଟକର ଅନେକ ମନ୍ଦିରରେ ରହିଛି ଅଦ୍ଭୁତ ପରମ୍ପରା : ଏହାକୁ ଆଧ୍ୟାତ୍ମିକ ମାନନ୍ତି ଭକ୍ତ

Published By : Prameya-News7 Bureau | September 07, 2020 IST

ବେଙ୍ଗାଲୁରୁ ୭/୯: କର୍ଣ୍ଣାଟକରେ ଚନ୍ଦନ ଗଛ ଡ୍ରଗ୍ସ ରାକେଟର ପରିଣାମସ୍ବରୂପ ପୋଲିସ୍ ଡ୍ରଗ୍ସ ବିରୋଧରେ ଅଭିଯାନ ଆରମ୍ଭ କରି ଦେଇଛି। ଗଞ୍ଜେଇ ଚାଷ ସହ ଡ୍ରଗ୍ସ ବିକୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କେତେକ ବ୍ୟକ୍ତି ଏକଥା ଜାଣି ନାହାନ୍ତି ଯେ ଉତ୍ତର କର୍ଣ୍ଣାଟକର ମନ୍ଦିରରେ ଗଞ୍ଜେଇକୁ ପବିତ୍ର ମନେ କରି ବ୍ୟବହାର କରାଯାଇଥାଏ।

ସରନା,ଅବଧୂତ,ଶପଥ,ଅରୁଣା ପରମ୍ପରାରେ ଶ୍ରଦ୍ଧାଳୁମାନେ ଗଞ୍ଜେଇକୁ ବିଭିନ୍ନ ଭାବରେ ନେଇଥାନ୍ତି। ସେମାନେ ଏହାକୁ ଆଧ୍ୟାତ୍ମିକ ବୋଧର ସାଧନା ମାନିଥାନ୍ତି। ୟାଦଗିର ଜିଲ୍ଲାରେ ତିନଥିନି ସ୍ଥିତ ମୌନେଶ୍ବର ମନ୍ଦିରରେ ଜାନୁୟାରୀରେ ହେଉଥିବା ବାର୍ଷିକ ମେଳାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି। ଏଠାରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଭାବେ ଗଞ୍ଜେଇ ପ୍ୟାକେଟ୍ ଦିଆଯାଇଥାଏ ଯାହାକୁ ମୌନେଶ୍ବର କିମ୍ବା ମନପ୍ପାଙ୍କ ପ୍ରାର୍ଥନା ପରେ ଉପଭୋଗ କରାଯାଇଥାଏ।

ମନ୍ଦିର ସମିତିର ସଦସ୍ୟ କହିଥିଲେ ଯେ ଗଞ୍ଜେଇର ପ୍ରୟୋଗ ପ୍ରଚୁର ମାତ୍ରାରେ ହୋଇଥାଏ। ମୌନେଶ୍ବର ଲୋକଙ୍କୁ ଗଞ୍ଜେଇ ପ୍ରଦାନ କରିଥିଲେ। ଏଥିପାଇଁ ଏଠାରେ ପରମ୍ପରା ରହିଛି। ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ମତରେ ଏହି ପବିତ୍ର ଘାସ ଆଧ୍ୟାତ୍ମିକ ଜ୍ଞାନ ରାସ୍ତାରେ ନେଇ ଯାଇଥାଏ। କିନ୍ତୁ ସେ ମନ୍ଦିର ବାହାରେ ଗଞ୍ଜେଇ ବିକ୍ରି କରାଯିବା କଥା ସ୍ପଷ୍ଟ ଭାବେ ମନା କରିଥିଲେ।

କିଛି ଶ୍ରଦ୍ଧାଳୁ ଏଠାରେ ଆସି ଗଞ୍ଜେଇ ସେବନ କରନ୍ତି। କିଛି ଲୋକ ସିଝାଇ ଗଞ୍ଜେଇ ଖାଇଥାନ୍ତି। କିଛି ଲୋକ ତମାଖୁ ପାଉଡର ଭଳି ଏହା ସେବନ କରନ୍ତି। ମନ୍ଦିରରେ ଗଞ୍ଜେଇ ସେବନ କରୁଥିବା ଲୋକଙ୍କ ଠାରେ ଏହାର ନିଶା ନଥାଏ।

ରାୟଚୁର ଜିଲ୍ଲାର ସିନ୍ଧାନୌର ତାଲୁକ ସ୍ଥିତ ଅମ୍ଭା ମଠରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳିଥାଏ। କେତେକ ଲୋକ ଦିନରେ କିମ୍ବା ସପ୍ତାହରେ ଥରେ ଗଞ୍ଜେଇ ସେବନ କରି ଧ୍ୟାନ କରନ୍ତି। ଏହାର ଡାକ୍ତରୀ ଗୁଣ ମଧ୍ୟ ରହିଥାଏ,ଯାହା କାରଣରୁ ଏହାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୁହାଯାଇଥାଏ।

ଏହି ପରମ୍ପରାକୁ ସମ୍ମାନ ଜଣାଇ ପୋଲିସ୍ ଏପରି ମନ୍ଦିରଠୁ ଦୁରରେ ରହିଥାନ୍ତି ଏବଂ ଅଭିଯୋଗ ମିଳିଲେ ମଧ୍ୟ ଗୁରୁତ୍ବ ଦେଇ ନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.