ଟେନିସ୍‌ କୋର୍ଟରେ ଖେଳ ଏବଂ ବାହାରେ ନିଜ ଗ୍ଲାମରକୁ ନେଇ ଚର୍ଚ୍ଚାରେ ଏହି ଖେଳାଳି, ଜାଣନ୍ତୁ ସେ କିଏ…

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/ ୦୬ : ଟେନିସ୍ ଜଗତର ଜଣେ ପରିଚିତ ଚେହେରା ହେଉଛନ୍ତି ମାରିଆ ସକାରି । ୨୫ ବର୍ଷୀୟା ସକାରୀ ନିକଟରେ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନର ସେମିଫାଇନାଲ ଖେଳିଥିଲେ ଯେଉଁଠାରେ ସେ ବାରବୋରା କ୍ରେଜିକୋଭାଙ୍କୁ ହରାଇଥିଲେ । ଗ୍ରୀକର ଏହି ଷ୍ଟାର ଖେଳାଳି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଥିଲେ ।

Maria Sakkari 4


ମାରିଆ ନିଜ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ବର୍ତ୍ତମାନ ତାଙ୍କର ଆଉ ଏକ ଅନ୍ଦାଜ ଫ୍ୟାନ୍ସମାନଙ୍କୁ ଚକିତ କରିଛି । ତାହା ହେଉଛି ତାଙ୍କା ସୌନ୍ଦର୍ଯ୍ୟ ।ମାରିଆ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଟେନିସ୍ କୋର୍ଟରେ ପୂର୍ବରୁ ଅନେକ ସୁନ୍ଦରୀଙ୍କୁ ନାଁ ରହିଛି ଏବଂ ସେମାନଙ୍କ ମଧ୍ୟରେ ମାରିଆଙ୍କ ନାଁ ମଧ୍ୟ ଏବେ ଯୋଡି ହୋଇଯାଇଛି । ତାଙ୍କ ଇନଷ୍ଟାଗ୍ରାମରେ, ଅଧିକାଂଶ ଫଟୋ ଟେନିସ୍ ଖେଳୁଛନ୍ତି ମାରିଆଙ୍କୁ ଦେଖିବାକୁ ମିଳିବ କିନ୍ତୁ ଏହାଛଡା ଆଉ କିଛି ଗ୍ଲାମରସ୍ ଫଟୋ ମଧ୍ୟ ରହିଛି ଯାହାକି ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି ।

Maria Sakkari 2


ଅନ୍ୟପଟେ, ଫ୍ରେଞ୍ଚ ଓପନରେ ଖେଳି ଚର୍ଚ୍ଚାକୁ ଆସିବା ପରେ ତାଙ୍କର ଫ୍ୟାନମାନଙ୍କ ସଂଖ୍ୟା ମଧ୍ୟ ବେଶ ବୃଦ୍ଧି ପାଇଛି । ଟେନିସ କୋର୍ଟରେ ଖେଳୁଥିବା ବେଳେ ମଧ୍ୟ ଷ୍ଟାଣ୍ଡରେ ବସିଥିବା ଦର୍ଶକମାନ‌ଙ୍କୁ ବିମୋହିତ କରନ୍ତି ସେ । ମାରିଆ ସର୍ବପ୍ରଥମେ ୨୦୧୫ ମସିହାରେ ୟୁଏସ୍ ଓପନରେ ତାଙ୍କର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଖେଳିଥିଲେ । କିନ୍ତୁ କୌଣସି ଗ୍ରାଣ୍ଡସ୍ଲାମରେ ଚତୁର୍ଥ ରାଉଣ୍ଡ ଅତିକ୍ରମ କରିପାରିନଥିଲେ । ଏହି ବର୍ଷ ସେ ଭଲ ପ୍ରଦର୍ଶନ କରି ଫ୍ରେଞ୍ଚ ଓପନର ସେମିଫାଇନାଲରେ ପ୍ରବେଶ କରିଥିଲେ । ତେବେ ତାଙ୍କୁ ତାଙ୍କର ପ୍ରଥମ ଟାଇଟଲ୍ ପାଇଁ ଅପେକ୍ଷା କରିବାକୁ ପଡିବ ।

Maria Sakkari

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.