ବିଶାଲ ଜେଠଓ୍ବାଙ୍କ ଅବଶୋଷ : ସିରିୟଲ ରେପିଷ୍ଟର ଭୂମିକା ଥିଲା ଯନ୍ତ୍ରଣାଦାୟକ , ଘଣ୍ଟା ଘଣ୍ଟା ଧରି ବନ୍ଦ ଘରେ ରହୁଥିଲେ ସେ

Published By : Prameya-News7 Bureau | December 18, 2019 IST

ମୁମ୍ବାଇ ୧୮/୧୨: ‘ମର୍ଦାନି ୨’ରେ ଚମତ୍କାର ଅଭିନୟ କରିଥିଲେ ମଧ୍ୟ ଏହି ଚରିତ୍ର ପାଇଁ ଦୁଃଖୀ ହୋଇଛନ୍ତି ବିଶାଲ ଜେଠଓ୍ବା।

{"id":199220,"sizeSlug":"large"}

ଧାରାବାହିକ ‘ଭାରତ କା ବୀର ପୁତ୍ର : ମହାରାଣା ପ୍ରତାପ’ରେ ଆକବରଙ୍କ ପିଲାଦିନର ଭୂମିକାରେ ଲୋକପ୍ରିୟ ହୋଇଥିବା ବିଶାଲ ଜେଠଓ୍ବା ବଲିଉଡରେ ଡେବ୍ୟୁ କରିଛନ୍ତି। ସେ ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦାନୀ ୨’ରେ ସିରିୟଲ ରେପିଷ୍ଟ ଏବଂ ସାଇକୋ କିଲର ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ବିଶାଲ ତାଙ୍କ ଭୂମିକା ବିଷୟରେ କଥା ହୋଇଥିଲେ। ସେ କହିଥିଲେ ଯେ ରେପିଷ୍ଟଙ୍କ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଏହାର ପ୍ରସ୍ତୁତି ପାଇଁ ସେ ଅନେକ ସମୟ ଯାଏଁ ନିଜକୁ ଘରେ ବନ୍ଦ ରଖୁଥିଲେ।

{"id":199216,"sizeSlug":"large"}

 ସେ ନିଜକୁ ଏକ ଭଲ ଅଭିନେତା ଭାବେ ପ୍ରମାଣ କରିବାକୁ ଚାହୁଁଥିଲେ। ସେ ଜାଣିଥିଲେ ଯେ ମିଡିଆ ଏବଂ ଲୋକଙ୍କୁ ତାଙ୍କ ଚରିତ୍ର ପସନ୍ଦ ଆସିବ। ସେ ସନି ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ କଠିନ ପରିଶ୍ରମ କରିଥିଲେ। ଏହା ତାଙ୍କ ପାଇଁ ଅତ୍ୟନ୍ତ କଠିନ ଥିଲା କାରଣ ବାସ୍ତବ ଜୀବନରେ ସେ ଏତେ ଖରାପ ନୁହଁନ୍ତି।

{"id":199217,"sizeSlug":"large"}

ବିଶାଲ କହିଥିଲେ ଯେ ‘ ସେ ଘରକୁ ଯିବା ପରେ ନିଜକୁ ଅନେକ ସମୟ ଯାଏଁ ଗୋଟିଏ ଘରେ ବନ୍ଦ ରଖୁଥିଲେ ଏବଂ ସନ୍ନି ଭଳି ଆଚରଣ କରିବାକୁ ଉଦ୍ୟମ କରିଥିଲେ। ସନ୍ନିର ବଡି ଲାଙ୍ଗୁଏଜ,ପୋଶ୍ଚର ଏବଂ ବ୍ୟବହାରକୁ ଶିଖିବାକୁ ଉଦ୍ୟମ କରିଥିଲେ।

{"id":199218,"sizeSlug":"large"}

ଗୋପୀ ପୃଥ୍ରନଙ୍କ ନିର୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ରାଣୀ ମୁଖାର୍ଜୀ ଆଇପିଏସ୍ ଶିବାନୀ ଶିବାଜୀ ରାୟ ଭୂମିକାରେ ଅଭିନୟ କରିଛନ୍ତି। ସେ ସିରିୟଲ ରେପିଷ୍ଟ ଏବଂ ସାଇକୋ କିଲର ସନ୍ନିଙ୍କୁ ଧରିବାକୁ ସଂଘର୍ଷ କରୁଛନ୍ତି। ଏହି ଫିଲ୍ମ ଡିସେମ୍ବର ୧୩ତାରିଖରେ ସିନେମା ହଲରେ ରିଲିଜ ହୋଇଛି। ଏହି ଫିଲ୍ମ ୨୦୧୪ରେ ରିଲିଜ ହୋଇଥିବା ‘ମର୍ଦାନି’ର ସିକ୍ବେଲ୍।

{"id":199219,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.