ବଣିକ ସଂଘର ନିଷ୍ପତ୍ତି: ସପ୍ତାହକ ପର୍ଯ୍ୟନ୍ତ ବଜାର ସଟ୍‌ଡାଉନ୍‌

Published By : Prameya-News7 Bureau | September 27, 2020 IST

ବାରିପଦା୨୭/୯: ରବିବାର ଠାରୁ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବାରିପଦା ସହର ସଟଡାଉନ୍। ସପ୍ତାହକ ପର୍ଯ୍ୟନ୍ତ ସହରର ଦୋକାନ-ବଜାର ବନ୍ଦ ରଖିବା ପାଇଁ ବାରିପଦା ବଣିକ ସଂଘ ନିଷ୍ପତ୍ତି ନେଇଛି। ବାରିପଦା ପୌରାଞ୍ଚଳ ସମେତ ଜିଲ୍ଲାରେ ଦିନକୁ ଦିନ ଅଣାୟତ ହେଉଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ସେପ୍ଟେମ୍ବର ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବଜାର ବନ୍ଦ ରହିବ ବୋଲି ବଣି ସଂଘ ନିଷ୍ପତ୍ତି ନେଇଥିଲା। ପରବର୍ତ୍ତୀ ସମୟରେ ବହୁ ବିଚାର ବିମର୍ଶ ପରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ସଟଡାଉନ୍‌ର ଅବଧି ବଢ଼ାଇ ଦିଆଇଛି।

ଗତକାଲି ସନ୍ଧ୍ୟାରେ ଏକ ବାଇକ୍ ରାଲି କରି ସଂଗଠନ କର୍ମକର୍ତ୍ତାମାନେ ସହର ପରିକ୍ରମ କରିଥିଲେ। କେବଳ ସେତିକି ନୁହେଁ, ସଟଡାଉନ୍ ସମୟରେ ସଂଗଠନର କର୍ମକର୍ତ୍ତାମାନେ କୌଣସି ଦୋକାନକୁ ଆସି ବନ୍ଦ ପାଇଁ ବାଧ୍ୟ କରାଇବେ ନାହିଁ ବୋଲି ଲିଖତ ଭାବେ ଘୋଷଣା କରିଥିଲେ। ଆଜି ବାରିପଦା ସହର ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ସପ୍ତାହକ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ବେଳେ ପ୍ରଥମ ଦିନରୁ ହିଁ ବିରୋଧର ସ୍ବର ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.