ସବୁ ରେକର୍ଡ ଭାଙ୍ଗିଛି ମାର୍ଚ୍ଚର ତାପମାତ୍ରା, ୧୨୧ ବର୍ଷ ଇତିହାସରେ ତୃତୀୟ ସବୁଠୁ ଗରମ ମାସ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୫/୪: ମାର୍ଚ୍ଚ ମାସର ଗରମ ସବୁ ରେକର୍ଡ ଭାଙ୍ଗିଦେଇଛି। ଗତ ମାସର ତାପମାତ୍ରା ଇତିହାସ ରଚିଥିବା ବେଳେ ୧୨୧ ବର୍ଷରେ ଏହା ତୃତୀୟ ସର୍ବାଧିକ ଗରମ ମାସ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଭାଗ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଜଣାପଡ଼ିଛି ପୂରା ଦେଶରେ ମାର୍ଚ୍ଚରେ ହାରାହାରି ତାପମାତ୍ରା ୩୨.୬୫ ଡିଗ୍ରି ସେଲସିୟସ୍‌ ରହିଥିଲା।

ଦେଶର ବିଭିନ୍ନ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଚଳିତବର୍ଷର ମାର୍ଚ୍ଚ ମାସ ଗତ ୧୧ ବର୍ଷରେ ସବୁଠୁ ଅଧିକ ଗରମ ମାସ ଥିଲା।ଏହା ପୂର୍ବରୁ ୨୦୧୦ରେ ଦେଶରେ ହାରାହାରି ତାପମାତ୍ରା ୩୩.୦୯ ଏବଂ ୨୦୦୪ରେ ୩୨.୮୨ ଡିଗ୍ରି ସେଲସିୟସ୍‌ ଥିଲା। ଏଥର ହୋଲିରେ ମଧ୍ୟ ତାପମାତ୍ରା ରେକର୍ଡ ଭାଙ୍ଗିଛି। ମାର୍ଚ୍ଚ ମାସରେ ମେ ମାସ ଭଳି ଗରମ ଅନୁଭୂତ ହୋଇଥିଲା।

ହୋଲିରେ ଦିଲ୍ଲୀ ସଫଦରଜଙ୍ଗରେ ୪୦.୧ ଡିଗ୍ରି ତାପାମାତ୍ରା ରେକର୍ଡ କରାଯାଇଥିଲା। ଏହା ୧୯୪୫ ପରେ ମାର୍ଚ୍ଚ ମାସରେ ସବୁଠୁ ଅଧିକ ତାପମାତ୍ରା ରହିଥିଲା। ୭୬ ବର୍ଷ ପରେ ପ୍ରଥମ ଥର ହୋଇଛି ଯେ ମାର୍ଚ୍ଚ ମାସରେ ଦିଲ୍ଲୀର ତାପମାତ୍ରା ୪୦ ଡିଗ୍ରି ପାର କରିଥିଲା। ପାଣିପାଗ ବିଶେଷଜ୍ଞଙ୍କ ମତରେ ୧୯୪୫ ପରେ ଗରମ ଏତେ ଶୀଘ୍ର ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.