Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ: ବିଜେପିର ନିଷ୍ପତ୍ତି ଯେତେ ବିଳମ୍ବ ହେଉଛି ଉତ୍କଣ୍ଠା ସେତେ ବଢୁଛି…

9/03/2020 at 10:18 PM

ଭୁବନେଶ୍ବର୯/୩: ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ। ସଂଖ୍ୟା ଦୃଷ୍ଟିରୁ ଖାଲି ପଡ଼ୁଥିବା ୪ ଆସନରୁ ୩ଟି ବିଜେଡି ଖାତାକୁ ଯିବା ସୁନିଶ୍ଚିତ। ବିଜେଡି କିନ୍ତୁ ୪ଟି ଯାକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପକ୍ଷରେ ବିଧାନସଭାରେ ଏବେ ବିଜେପିର ୨୩ ଜଣ ବିଧାୟକ ଅଛନ୍ତି । ସଂଖ୍ୟା ଦୃଷ୍ଟିରୁ ଏହା ଗୋଟିଏ ସିଟ୍ ପାଇଁ ଯଥେଷ୍ଟ ନୁହେଁ ।

ଗତ ଥର ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜୁ ଜନତା ଦଳ ସମର୍ଥନ କରି ରାଜ୍ୟସଭା ପଠାଇଥିଲା । ତେଣୁ ଏଥର ବିଜେପି, ପ୍ରତିଦ୍ବନ୍ଦ୍ବିତା ନକରି ବିଜେଡିର ପୂର୍ବ ଋଣ ଶୁଝିବ , ନା ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ, କଂଗ୍ରେସର ୯ ବିଧାୟକ ଏବଂ ସିପିଏମ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଯଦି ଭୋଟ୍ ଦାନରୁ ବିରତ ହୁଅନ୍ତି ତେବେ ବିଜେଡିର ୪ ଜଣ ଯାକ ପ୍ରାର୍ଥୀ ନିର୍ବାଚିତ ହେବା ସହଜ ହେବ ।

ବିଜେପିର ନିଷ୍ପତ୍ତି ଯେତେ ବିଳମ୍ବ ହେଉଛି ଉତ୍କଣ୍ଠା ସେତେ ବଢୁଛି । ଏଭଳି ସ୍ଥିତିରେ, ବିଜେଡି-ବିଜେପି ଭାଇ ଭାଇ ବୋଲି କଂଗ୍ରେସ ଟିପ୍ପଣୀ କରିଛି । ଏପଟେ, ଚତୁର୍ଥ ଆସନ ପାଇଁ କିଛି ଅଣ ରାଜନୈତିକ ବ୍ୟକ୍ତି ବି ମନ ବଳାଇଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ପାଇଁ ସର୍ବନିମ୍ନ ୧୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲେ ମଧ୍ୟ, ସେମାନେ ଆଶାବାଦୀ କିଛି  ବିଧାୟକ ତାଙ୍କୁ ସମର୍ଥନ ଦେଇ ଦିଲ୍ଲୀ ପଠାଇବେ ।

   Related Posts