କିଏ ସେହି ଦୁଇ ଦିଗଜ କ୍ରିକେଟର, ଯାହାଙ୍କ ପାଇଁ ମାର୍ଚ୍ଚ ୨୩ ଖାସ୍...

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୦୩: ଭାରତୀୟ କ୍ରିକେଟ ଫ୍ୟାନ୍ସମାନେ ଗୋଟିଏ ତାରିଖକୁ କେବେହେଲେ ଭୁଲି ପାରିବେନାହି । ଏବଂ ସେ ତାରିଖ ହେଉଛି ମାର୍ଚ୍ଚ ୨୩ତାରିଖ । ଏହି ତାରିଖରେ କେତେବେଳ ଖୁସି ଆଣିଥିଲା ତ କେତେବେଳେ ସାରାଦେଶ ପାଇଁ ନିରାଶ କରିଥିଲା । ଏହି ତାରିଖରେ ଭାରତ କ୍ରିକେଟ ଇତିହାସର ଦୁଇ ସଫଳ ଅଧିନାୟକଙ୍କ ସ୍ମରଣୀୟ ମୁହୁର୍ତ୍ତ ରହିଛି । ଜଣେ ବିଶ୍ବକପ୍‌ ବିଜୟୀ ଠାରୁ ଦୂରେ ରହିଥିଲେ । ବେଳେ ଅନ୍ୟଜଣେ ଅଧିନାୟକ ଏକ ରୋମାଞ୍ଚକର ମ୍ୟାଚ୍‌ ବିଜୟୀ ହୋଇ ସାରାଦେଶ ପାଇଁ ଖୁସିର ମାହେଲା ସୃଷ୍ଟି କରିଥିଲା । ଆମେ କହୁଛୁ ଭାରତର ବର୍ତ୍ତମାନ ପର୍ଯ୍ୟନ୍ତ ଥିବା  ସବୁଠାରୁ ଦୁଇ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନୀଙ୍କ ବିଷୟରେ । ମାର୍ଚ୍ଚ ୨୩ତାରିଖ ଉଭୟଙ୍କ ପାଇଁ ଆଜୀବନ ସ୍ମରଣୀୟ ହୋଇ ରହିବ । ଏବଂ ସାରା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ସଦାସର୍ବଦା ମନେ ରହିବ ।
 

{"id":242778,"width":569,"height":427,"sizeSlug":"large"}

ଭାରତ ହାତରୁ ଖସିଯାଇଥିଲା ବିଶ୍ବକପ୍‌ ବିଜୟୀ ହେବାର ଲକ୍ଷ୍ୟ-

ଆଜିଠାରୁ ଠିକ୍‌ ୧୭ବର୍ଷ ତଳେ , ମାନେ ୨୩ମାର୍ଚ୍ଚ ୨୦୦୩ ତାରିଖ ଦିନ ଭାରତ ଦ୍ବିତୀୟଥର ପାଇଁ ବିଶ୍ବ କପ୍‌ ବିଜୟୀ ହେବାର ସୁଯୋଗ ହରାଇଥିଲା । ଦକ୍ଷିଣଆଫ୍ରିକାର ଜୋନାସବର୍ଗ ପଡିଆରେ ବିଶ୍ବକପ୍‌ ଫାଇନାଲ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ତେବେ ଫାଇନାଲ ମୁକାବିଲାକୁ ଅଷ୍ଟ୍ରେଲିଆ ଏକତରଫା ବିଜୟୀ ହୋଇଥିବା ବେଳେ ଲଗାତର ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ବିଜୟୀ  ହୋଇଥିଲା ।

wp:core-embed/twitter {"url":"https://twitter.com/ICC/status/1241884873641598976","type":"rich","providerNameSlug":"twitter","className":""}
https://twitter.com/ICC/status/1241884873641598976
/wp:core-embed/twitter

ବିଶ୍ବକପ୍ ଫାଇନାଲ  ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରି ୨ଓ୍ବିକେଟ୍‌ ହରାଇ ୩୫୯ରନ୍‌ର ଏକ ବିଶାଳ ସ୍କୋର ଛିଡା କରିଦେଇଥିଲା । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଶତକ ହାସଲ କରିଥିଲେ । ପଣ୍ଟି  ୧୨୧ବଲ୍‌ ଖେଳି ୧୪୦ରନ୍‌ ସଂଗ୍ରହ କରିଥିଲେ । ସେହିପରି ଡାମିୟନ୍ ମାର୍ଟିନ୍‌ ଅପରାଜିତ ୮୮ରନ୍ କରିଥିବା ବେଳେ ଆଡାମ ଗିଲଖ୍ରୀଷ୍ଟ ୫୭ରନ୍‌ ଓ ମ୍ୟାଥ୍ୟୁ ହେଡେନ୍‌ ୩୭ରନ୍ କରିଥିଲେ । ଯାହାଫଳରେ ଭାରତ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡା କରିଥିଲେ । ତେବେ ଭାରତୀୟ ଦଳ ବିଶାଳ ରନ୍‌କୁ ପିଛା କରି ମାତ୍ର ୨୩୪ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଏବଂ ୧୨୫ରନ୍‌ରେ ପରାସ୍ତ ହୋଇ ଦ୍ବିତୀୟ ବିଶ୍ୱକପ୍‌ ଜିତିବାର ସ୍ବପ୍ନ ଭାଙ୍ଗିଯାଇଥିଲା । ଏହା ଦ୍ବାରା ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ଆଶା ଓ ଆକାକ୍ଷାରେ ପାଣି ପଡିଯାଥିଲା ।   ଫାଇନାଲ ମୁକାବିଲାରେ ସଚ୍ଚିନ ତେନ୍ଦୁଲକରଙ୍କୁ ଗ୍ଲେନ୍‌ ମ୍ୟାକଗ୍ରାଥ ପ୍ରଥମ ଓଭରରେ ଆଉଟ କରିଦେଇଥିଲେ । କିନ୍ତୁ ବିରେନ୍ଦ୍ର ସେହଓ୍ୱାଗ ୮୨ରନ୍‌ କରି ଭାରତୀୟ ଫ୍ୟାନ୍ସଙ୍କ ଆଶା ବଞ୍ଚିତ ରଖିଥିଲେ । କିନ୍ତୁ ଏହା ସମ୍ବବ ହୋଇପାରିନଥିଲା । ଶେଷରେ ଭାରତ ଫାଇନାଲ୍‌ ମୁକାବିଲାରେ ପରାସ୍ତ ହୋଇଥିଲେ ।

{"id":242779,"width":572,"height":323,"sizeSlug":"large"}


ସେହିପରି ୨୦୧୬ ମସିହା ୨୩ମାର୍ଚ୍ଚକୁ ଭାରତୀୟ କ୍ରିକେଟ୍‌ ଫ୍ୟାନ୍ସ ଏଥିପାଇଁ ବି ମନେରଖିବେ । ଏହି ତାରିଖରେ ଭାରତୀୟ ଟିମ୍‌ ଏକ ରୋମାଞ୍ଚକ ମ୍ୟାଚ୍‌ରେ ବାଂଲାଦେଶକୁ ୧ରନ୍‌ରେ ପରାସ୍ତ କରିଥିଲେ । ବିଶ୍ବ ଟି ଟ୍ବେଣ୍ଟି ୨୦୧୬ରେ ଭାରତ ଓ ବାଲାଂଦେଶ ମଧ୍ୟରେ ବେଙ୍ଗାଲୁରୁର ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିଲା । ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୧୪୬ରନ୍‌ କରିଥିଲା । ଜବାବରେ ବାଂଲାଦେଶ ଟିମ୍ ସହଜରେ ରନ୍‌ର ପିଛା କରୁଥିଲା । ଏବଂ ବିଜୟ ନିକଟତର ହୋଇଯାଇଥିଲା । ତେବେ ମ୍ୟାଚ୍‌ର ଶେଷ ଓଭରରେ ଅଧିନାୟକ ଧୋନି ଓ ଟିମ୍‌ ସଦସ୍ୟଙ୍କ ରଣନୀତି ଯୋଗୁଁ ଶେଷ ଓଭରରେ ବାଂଲାଦେଶ ଠାରୁ ମ୍ୟାଚ୍‌ ବିଜୟୀ ହୋଇଥିଲେ ।  ବାଂଲାଦେଶକୁ ପରାଜୟର ହେବାକୁ ପଡିଥିଲା ।

wp:core-embed/twitter {"url":"https://twitter.com/ICC/status/977016093171597312","type":"rich","providerNameSlug":"twitter","className":""}
https://twitter.com/ICC/status/977016093171597312
/wp:core-embed/twitter

ଶେଷ ଓଭରର ରୋମାଞ୍ଚ- ବାଂଲାଦେଶକୁ ଶେଷ ଓଭରରେ ୧୧ରନ୍‌ କରିବାକୁ ପଡିଥାନ୍ତା । ବାଂଲାଦେଶ ପକ୍ଷରୁ କ୍ରିଜ୍‌ରେ ଅନୁଭବି ବ୍ୟାଟ୍‌ସମ୍ୟାନ୍‌ ମୁସାଫିକୁର ରହିମ୍ ଓ ମେହମୁଦୁଲ୍ଲା ଥିଲେ । ତେବେ ଧୋନିଙ୍କ ଶେଷ ଓଭରରେ ବୋଲିଂ କରିବାକୁ ପାଣ୍ଡ୍ୟାଙ୍କୁ ବଲ୍‌ ଦେଇଥିଲେ । ଶେଷ ଓଭରର ପ୍ରଥମ ବଲ୍‌ରେ ମେହମୁଦୁଲ୍ଲା ଏକ ରନ୍‌ କରିଥିଲେ । ଦ୍ବୀତିୟ ବଲ୍‌ରେ ରହିମ୍ ଏକ ଚୌକା ମାରିଥିଲେ । ଯାହାକୁ ବାଂଲାଦେଶ ଦଳକୁ ବିଜୟୀ କରିବା ପାଇଁ ଆଉ ନିକଟତର ନେଇଯାଇଥିଲା । ଓଭରର ତୃତୀୟ ବଲ୍‌ରେ ରହିମ୍‌ ଆଉ ଏକ ଚୌକା ମାରିଥିଲେ ।  ଯାହାଫଳରେ ବାଂଲାଦେଶକୁ ୩ବଲ୍‌ରେ ମାତ୍ର ୨ରନ୍‌ ଦରକାର ଥିଲା । ତେବେ ମ୍ୟାଚ୍‌ର ଚତୁର୍ଥ ବଲ୍‌ରେ ମ୍ୟାଚ୍‌ର ଗତିପଥ ବଦଳିଯାଇଥିଲା । ଚତୁର୍ଥ ବଲ୍‌ରେ ରହିମ୍‌ ବଡ ଶର୍ଟ ଖେଳିବାକୁ ଯାଇ ଆଉଟ ହୋଇଯାଇଥିଲେ । ଓଭରର ପଞ୍ଚମ ବଲ୍‌ରେ ରବିନ୍ଦ୍ର ଜାଡେଜା ଏକ ସୁନ୍ଦର କ୍ୟାଚ୍‌ ଧରିଥିଲେ । ତେବେ ବାଂଲାଦେଶକୁ ୧ବଲ୍‌ରେ ଦୁଇ ରନ୍‌ ଆବଶ୍ୟକ ଥିଲା  । ଶେଷ ବଲ୍‌ଟି ବ୍ୟାଟ୍‌ସମ୍ୟାନ୍‌ଙ୍କ ବ୍ୟାଟ୍‌ ସହିତ କୌଣସି ସମ୍ପର୍ତ ହୋଇନଥିଲା । ଯାହାଫଳରେ ଉଭୟ ବ୍ୟାଟସମ୍ୟାନ୍‌ ରନ୍‌ ନେବା ପାଇଁ ଦୌଡିଥିଲେ । ଏବଂ ଓ୍ୱିକେଟ୍‌ ପଛରେ ଥିବା ଧୋନି ଏକ ରନ୍‌ ଆଉଟ୍ କରି ଭାରତକୁ ବିଜୟୀ କରାଇଥିଲେ । ଏବଂ ବାଂଲାଦେଶ ଟିମ୍‌ ୧ରନ୍‌ରେ ପରାସ୍ତ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.