Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ହାଡ଼ଭଙ୍ଗା ଶୀତରେ ୧୦୦ କି.ମି.ର ରେସ୍, ୨୧ ମୃତ: ବରିଷ୍ଠ ନେତାଙ୍କ ସମେତ ୨୭ ଜଣଙ୍କ ବିରୋଧରେ ମାମଲା

12/06/2021 at 5:32 PM

ବେଜିଂ ୧୨/୬: ବିଭିନ୍ନ ପ୍ରକାର ଅମାନବୀୟ କାର୍ଯ୍ୟ ପାଇଁ ଚୀନ ବେଶ ପରିଚିତ। ପୁଣି ଘଟିଥିବା ଏକ ଘଟଣା ଚୀନର ବାସ୍ତବତାକୁ ପଦାରେ ପକାଇଛି। ଚୀନର ଗାଂସୁ ପ୍ରାନ୍ତରେ ଥିବା ପାର୍ବତ୍ୟାଞ୍ଚଳରେ ଅଲ୍ଟ୍ରାମାରାଥନ୍‌ ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଆପଣ ଏବେ କହିବେ ଦୌଡ଼ ପ୍ରତିଯୋଗିତା ଅମାନବୀୟ କେମିତି ହେଲା ? ଦୌଡ଼କୁଦ କରିବା ଭଲ କଥା କିନ୍ତୁ ଯେଉଁ ସ୍ଥାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ସେଠାରେ ତୁଫାନ ହେବା ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ପ୍ରବଳ ବର୍ଷା ହେଉଥିବା ବେଳେ ସେଠାରେ ସାଧରଣ ମଣିଷଟିଏ ବଞ୍ଚିବା କଷ୍ଟସାଧ୍ୟ ।

ତଥାପି ସେଠାକାର ପ୍ରଶାସନ ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ଭାଗନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ୧୦୦ କିଲୋମିଟର ମାରାଥନ୍‌ରେ ଆହୁରି ଅନେକ ଗୁରୁତର ମଧ୍ୟ ହୋଇଛନ୍ତି। ଏବେ ୨୭ ଜଣଙ୍କ ବିରୋଧରେ ମାମଲା ହୋଇଥିବା ନେଇ ଜଣାପଡ଼ିଛି। ଏଥିରେ ଯେଉଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରେ ଚୀନର ଲୋକପ୍ରିୟ ଧାବକ ଜିୟାଙ୍ଗ ଜିଙ୍ଗ ମଧ୍ୟ ସାମିଲ। ଏହି ମାମଲରେ ପୋଲିସ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ, ଦୌଡ଼ ପ୍ରତିଯୋଗିତା ଆୟୋଜନ ବେଳେ କୌଣସି ପ୍ରକାର ମାନଦଣ୍ଡର ପାଳନ କରାଯାଇନଥିଲା। ଏହା ସହ ବୃତ୍ତିଗତ ଢ଼ଙ୍ଗରେ ଏହାର ଆୟୋଜନ ହୋଇନଥିବାରୁ ପ୍ରତିଯୋଗୀଙ୍କ ଜୀବନ ଯାଇଛି।

ମାରାଥନ୍‌ରେ ମୋଟ ୧୭୨ ଜଣ ଅଂଶଗ୍ରହଣ କରିଥିଲେ। ଅଧିକାଂଶ ପ୍ରତିଯୋଗୀ ଛୋଟ ପତଳା ପ୍ୟାଣ୍ଟ ଏବଂ ଟି-ସାର୍ଟ ପିନ୍ଧିଥିଲେ। ତେବେ ଏହି ଘଟଣାରେ ସାମିଲ୍‌ ଚୀନ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ସୁ ଜୁନ ଏବଂ ବ୍ୟାୟିନ ସହରର ମେୟର ଝାଙ୍ଗ ଶୁଚେନ୍‌ଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ। ଏଭଳି ଏକ ଘଟଣା ପରେ ଚୀନର ଲୋକମାନେ ନିଜର ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଲୋକେ ଘଟଣା ପାଇଁ ବ୍ୟାୟିନ ସରକାରଙ୍କୁ ଦାୟୀ କରିଛନ୍ତି।

   Related Posts