ଅଭିନେତ୍ରୀ ଆଶାଲତାଙ୍କ ପରଲୋକ : ଜଞ୍ଜିର ଫିଲ୍ମରେ ଅମିତାଭ ବଚ୍ଚନଙ୍କ ମାଆ ଭୂମିକାରେ କରିଥିଲେ ଅଭିନୟ

Published By : Prameya-News7 Bureau | September 22, 2020 IST

ସତାରା ୨୨/୯: ଚର୍ଚ୍ଚିତ ମରାଠୀ ଅଭିନେତ୍ରୀ ଆଶାଲତା ବାବଗାଁଓକରଙ୍କ ମଙ୍ଗଳବାର ସକାଳେ ଦୀର୍ଘ ଦିନର ଅସୁସ୍ଥତା ପରେ ସତାରାର ଏକ ହସ୍ପିଟାଲରେ ପରଲୋକ ହୋଇ ଯାଇଛି। ହସ୍ପିଟାଲ ପ୍ରଶାସନ ତାଙ୍କ ପରଲୋକର ଖବର ଦେଇଛନ୍ତି। ଆଶାଲତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସେପ୍ଟେମ୍ବର ୧୭ତାରିଖରୁ ତାଙ୍କର ମହାରାଷ୍ଟ୍ରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସେ ଅନେକ ବଲିଉଡ ଫିଲ୍ମରେ କାମ କରିଥିଲେ ଏବଂ ସେ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ କାମ କରିଥିଲେ।

{"id":332912,"sizeSlug":"large"}

ହସ୍ପିଟାଲର ଏକ ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ ସୋମବାର ସନ୍ଧ୍ୟାରୁ ତାଙ୍କ ଦେହ ଆହୁରି ଅସୁସ୍ଥ ହୋଇଯାଇଥିଲା ଯାହା ଫଳରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ସେ ଆଜି ସକାଳେ ଆଖି ବୁଜି ଦେଇଥିଲେ। ଆଶାଲତା ସତାରାକୁ ନିଜର ଏକ ଫିଲ୍ମ ସୁଟିଂ କରିବାକୁ ଯାଇଥିଲେ। ସେ ଅନେକ ମରାଠୀ ଲୋକପ୍ରିୟ ହିଟ୍ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ଦିନ ଯାଏଁ ଥିଏଟର ଏବଂ ନାଟକର ଅଂଶ ବିଶେଷ ମଧ୍ୟ ଥିଲେ।

{"id":332913,"sizeSlug":"large"}

 ଅପନେ ପରାୟେ,ଉମ୍ବରଠା,ମାହେରଚି ସାଡ଼ି,ଅଙ୍କୁଶ,ଶୈତାନି ଇଲାକା,ଖୁନ କା କର୍ଜ,ଘାୟଲ,ବନ୍ଦ ଦରଓ୍ବାଜା,ଜଞ୍ଜିର,ଚଲତେ ଚଲତେ,ଉଧାର କା ସିନ୍ଦୂର,ଶୌକିନ,ନମକ ହଲାଲ,କୁଲି ଏବଂ ମହାଦେବ ତାଭ୍କର କିଛି ଲୋକପ୍ରିୟ ଫିଲ୍ମ।

{"id":332915,"sizeSlug":"large"}

ଆଶାଲତା ଗୋଆର ମୂଳ ବାସିନ୍ଦା ଥିଲେ। ସେ କୋଙ୍କଣୀ ଏବଂ ମରାଠୀ ନାଟକରୁ କାମ ଆରମ୍ଭ କରିଥିଲେ। ସେ ୧୦୦ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କାମ କରିଛନ୍ତି। ସେ କ୍ଲାସିକାଲ୍ ସଙ୍ଗୀତ ମଧ୍ୟ ଶିଖିଛନ୍ତି ଏବଂ ମରାଠୀ ନାଟ୍ୟସଙ୍ଗୀତରେ ମଧ୍ୟ ଗାୟିକା ରହିଛନ୍ତି। ଆଶାଲତା ଗାର୍ଡ଼ ଶୋଭାବତୀ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି।

{"id":332916,"sizeSlug":"large"}

ଆଶାଲତା ବାବଗାଁଓକର ତାଙ୍କର ପ୍ରଥମ ଫିଲ୍ମ ଜଞ୍ଜିରରେ ଅମିତାଭ ବଚ୍ଚନଙ୍କ ସାବତ ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ୧୯୭୩ମସିହାରେ ରିଲିଜ ହୋଇଥିଲା।

{"id":332914,"width":577,"height":874,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.