Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ପ୍ରସିଦ୍ଧ ମରାଠୀ ଫିଲ୍ମ ଅଭିନେତା ଆଶୁତୋଷ ଭାକରେଙ୍କ ଆତ୍ମହତ୍ୟା

30/07/2020 at 10:51 AM

ମୁମ୍ବାଇ ୩୦/୭: ମରାଠୀ ଅଭିନେତା ଆଶୁତୋଷ ଭାକରେ ଆତ୍ମହତ୍ୟା କରି ନେଇଛନ୍ତି। ଆଶୁତୋଷଙ୍କୁ ମାତ୍ର ୩୨ବର୍ଷ ହୋଇଥିଲା। ଆଶୁତୋଷ ମହାରାଷ୍ଟ୍ରର ନାନ୍ଦେଡ଼ ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରି ନେଇଛନ୍ତି। ପୋଲିସଙ୍କ କହିବା ଅନୁସାରେ,ଆଶୁତୋଷଙ୍କ ମୃତଦେହ ନାନ୍ଦେଡ଼ ସ୍ଥିତ ତାଙ୍କ ବଙ୍ଗଳାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଆଶୁତୋଷ ମାସେ ତଳେ ନାନ୍ଦେଡ଼ ଆସିଥିଲେ। ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଶୁତୋଷଙ୍କ ପରଲୋକ ପରେ ଶୋକର ଲହରୀ ଖେଳି ଯାଇଛି।

ଆଶୁତୋଷଙ୍କ ହଠାତ୍ ଚାଲିଯିବା ଫଳରେ ତାଙ୍କ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ଆଶୁତୋ​‌ଷ ଏତେ ବଡ଼ ପଦକ୍ଷେପ କାହିଁକି ନେଲେ ଏହା ଏଯାଏଁ ଜଣା ପଡ଼ିପାରି ନାହିଁ।

ଆଶୁତୋଷ ଫିଲ୍ମ ଆଣ୍ଡ ଟିଭି ଅଭିନେତ୍ରୀ ମୟୁରୀ ଦେଶମୁଖଙ୍କ ସ୍ବାମୀ ଥିଲେ। ୨୦୧୬ମସିହା ଜାନୁୟାରୀ ୨୧ତାରିଖରେ ମୟୁରୀ ଏବଂ ଆଶୁତୋ​‌ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କ ବଣ୍ଡିଂ ଚମତ୍କାର ଥିଲା। ନାନ୍ଦେଡ଼ର ଗଣେଶ ନଗର ଅଞ୍ଚଳରେ ସେମାନଙ୍କର ବଙ୍ଗଳା ଥିଲା। କିଛି ଦିନ ତଳେ ହିଁ ସେମାନେ ନିଜ ଘରକୁ ଆସିଥିଲେ।

 ଆଶୁତୋଷ ଇଣ୍ଡଷ୍ଟ୍ରିରେ ଯଥେଷ୍ଟ ଚର୍ଚ୍ଚିତ ଅଭିନେତା ଥିଲେ। ସେ Ecchar Tharla Pakka ନାମକ ଫିଲ୍ମ କରିଥିଲେ। ଏହି ଫିଲ୍ମକୁ ଖୁବ୍ ପସନ୍ଦ କରାଯାଇଥିଲା। ମୟୁରୀ ମଧ୍ୟ ମରାଠୀ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ। ତାଙ୍କୁ ଧାରାବାହିକ Khulta Kali Khulena ଦ୍ବାରା ଘରେ ଘରେ ପରିଚୟ ମିଳିଥିଲା। ଉଭୟଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଏ।

ଆଶୁତୋଷଙ୍କ ମୃତ୍ୟୁ ଖବର ଏପରି ସମୟରେ ଆସିଛି ଯେତେବେଳେ ପୂରା ଦେଶ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ଭୁଲି ପାରୁନାହିଁ।

   Related Posts