ମ୍ୟାପ୍ ଦେଖି ଚଳାଉଥିଲେ ଗାଡି, ଡ୍ୟାମରେ ଭର୍ତ୍ତି କରିଦେଲେ, ଜଣେ ମୃତ

Published By : Prameya-News7 Bureau | January 12, 2021 IST

ମୁମ୍ବାଇ,୧୨/୦୧: ଅଧିକାଂଶ ସମୟରେ ରାସ୍ତା ଜାଣିବା ପାଇଁ ଲୋକମାନେ ଗୁଗୁଲ ମ୍ୟାପର ସାହାଯ୍ୟ ନେଇଥାନ୍ତି । ଗୁଗୁଲ ମ୍ୟାପ୍ ସାହାଯ୍ୟରେ ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଁଚିଥାନ୍ତି । କିନ୍ତୁ ଅନେକ ଘଟଣା ସାମ୍ନାକୁ ଆସିଛି ଯେତେବେଳେ ମ୍ୟାପ୍ ଭୁଲ ସୂଚନା ଦିଏ । ଏପରି କିଛି ଘଟିଛି ଜଣେ ୩୪ ବର୍ଷୀୟ ଯୁବକଙ୍କ କ୍ଷେତ୍ରରେ । ସେ ମ୍ୟାପ୍ ଦେଖି ଗାଡି ଚଳାଉ ଚଳାଉ ଡ୍ୟାମରେ କାରକୁ ପୁରାଇ ଦେଇଥିଲେ । ଅହମ୍ମଦନଗରର ଅକୋଲା ଟାଉନରେ ଏହି ଘଟଣା ସାମ୍ନାକୁ ଆସିଛି ।

ପୋଲିସର ସୂଚନାନୁସାରେ, ଅକୋଲା ସହରରୁ ୩ଜଣ ଯୁବକ ସତୀଶ, ଗୁରୁ ଶେଖର ଓ ସମୀର ରାଜୁକର ସୋମବାର ରାତି ୧ଟା ୪୫ ମିନିଟରେ କଲସୁବାଇ ଅଭିମୁଖେ ଯାଉଥିଲେ । ଗୁରୁ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେମାନେ ପୁଣେରେ ରହୁଥିଲେ । ସୋମବାର ରାତିରେ ସେମାନେ କଲସୁବାଇ ଯିବା ପାଇଁ ବାହାରିଥିଲେ । କିଛି ସମୟ ପରେ ସେମାନେ ରାସ୍ତା ଭୁଲି ଯାଇ ଗୁଗୁଲ ମ୍ୟାପର ସାହାଯ୍ୟ ନେଇଥିଲେ । ଗୁଗୁଲ ମ୍ୟାପ୍ ଦେଖି ସତୀଶ କାରକୁ ଏକ ଡ୍ୟାମରେ ପୁରାଇ ଦେଇଥିଲେ ।

ସ୍ସେମାନେ ଯେଉଁ ରାସ୍ତାରେ ଯାଉଥିଲେ ତାକୁ ରାତି ସମୟରେ ସ୍ଥାନୀୟ ଲୋକେ ବ୍ୟବହାର କରନ୍ତି ନାହିଁ । କାରଣ ଏହି ରାସ୍ତା ଅନ୍ଧାର ହୋଇଥିବା ବେଳେ ଖରାପ ମଧ୍ୟ ରହିଛି । ତେବେ ଏହି ଅଘଟଣରେ ସତୀଶ ପ୍ରାଣ ହରାଇଛନ୍ତି । ସେ ପହଁରିବା ଜାଣିନଥିବାରୁ ବୁଡି ଯାଇଥିଲେ ।  ତେବେ ଶେଖର ଓ ଗୁରୁ ପହଁରି ପହଁରି କୂଳକୁ ଆସିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.