ମ୍ୟାପ୍ ଦେଖି ଭୁଲ ଠିକଣାରେ ପହଁଚିଗଲା ବର, ବାହାଘରର ଠିକ୍ ପୂର୍ବରୁ ଘଟିଲା ଏମିତି...ଭିଡିଓ ଭାଇରାଲ

Published By : Prameya-News7 Bureau | April 10, 2021 IST

ବ୍ୟାଙ୍ଗକକ୍,୧୦/୦୪:  ଏବେ ଅଧିକାଂଶ ବ୍ୟକ୍ତି ରାସ୍ତା ପାଇବା ପାଇଁ ଗୁଗଲ ମ୍ୟାପର ସାହାଯ୍ୟ ନେଉଛନ୍ତି । କେଉଁ ସ୍ଥାନକୁ ଯିବାକୁ ହେଲେ ମ୍ୟାପରେ ଲୋକେସନ ଦେଖି ଗାଡି ଚଳାଉଛନ୍ତି । କିନ୍ତୁ ବେଳେବେଳେ ଏହି ମ୍ୟାପ୍ ବୁମେରାଂ ସାବ୍ୟସ୍ତ ହୁଏ ।ଭୁଲ ରାସ୍ତାରେ ନେଇଯାଏ । ଏପରିକି ଭୁଲ ଠିକଣାରେ ପହଁଚାଇଦିଏ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ । ଏଠାରେ ଜଣେ ବର ମ୍ୟାପ୍ ପାଇଁ ଆଉ ଏକ ବିବାହରେ ପହଁଚି ଯାଇଥିଲେ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ।

ମିଡିଆ ରିପୋର୍ଟ ଅନୁସାରେ, ଗୋଟିଏ ଗାଁରେ ଉଭୟ ନିର୍ବନ୍ଧ ଓ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ବରପକ୍ଷଙ୍କୁ ଇଣ୍ଡୋନେସିଆର ସେଣ୍ଟ୍ରାଲ୍ ଜାଭାର ପାକିସ ଜିଲ୍ଲାରେ ଥିବା ଲୋସାରୀ ହେମଲେଟ୍ ପହଁଚିବାର ଥିଲା । ରାସ୍ତା ଜାଣିନଥିବାରୁ ବରଯାତ୍ରୀ ଗୁଗଲ ମ୍ୟାପକୁ ବ୍ୟବହାର କରିଥିଲେ । କିନ୍ତୁ ଗୁଗଲ ମ୍ୟାପ୍ ସେମାନଙ୍କୁ ଜାଗୋଲ ହେମଲେଟରେ ପହଁଚାଇ ଦେଇଥିଲା ।

wp:html
/wp:html

କେବଳ ଏତିକି ନୁହେଁ, ବରଯାତ୍ରୀଙ୍କୁ ଭୁଲ ଠିକଣାରେ ମଧ୍ୟ ଜୋରଦାର ସ୍ୱାଗତ କରାଯାଇଥିଲା । ତେବେ ହଠାତ ଉଭୟ ପକ୍ଷ ମଧ୍ୟରେ ଆଲୋଚନାରେ ଭୁଲ ହୋଇଥିବା କନ୍ୟାପକ୍ଷ ଜାଣିବାକୁ ପାଇଥିଲେ । ଏହାପରେ ବରଯାତ୍ରୀ ସେଠାରୁ ଫେରି ଆସିଥିଲେ । ତେବେ ମେକଅପ୍ ନେଉଥିବା କନ୍ୟା ଏ ବାବଦରେ କିଛି ଜାଣିପାରି ନଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଅତିଥୀ ମାନେ ଦେଇଥିବା ଉପହାର ଫେରାଇ ନେଉଥିବା ଦେଖିବାକୁ ମିଳୁଛି ।

ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ, ଭୁଲ ସ୍ୱୀକାର କରି ବରପକ୍ଷ କ୍ଷମା ମାଗିଥିଲେ । କନ୍ୟାପକ୍ଷଙ୍କ ସାହାଯ୍ୟରେ ଠିକ୍ ଠିକଣାରେ ପହଁଚିଥିଲେ । ସୋସିଆଲ ମିଡିଆରେ ଏହି ଘଟଣାର କାହାଣୀ ଭାଇରାଲ ହେବାରେ ଲାଗିଛି । ବର କିପରି ରାସ୍ତା ଜାମିପାରିଲେ ନାହିଁ ବୋଲି ୟୁଜର ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.