Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ମାଓବାଦୀଙ୍କ ପ୍ରତିରୋଧ ସପ୍ତାହ ପାଳନ ; ବିଭିନ୍ନ ସ୍ଥାନରେ ବ୍ୟାନର ମାରିଲେ ମାଓବାଦୀ, ମାଓ ପ୍ରଭାବିତ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା

25/01/2019 at 11:09 AM

ମାଲକାନଗିରି ୨୫|୧: ମାଓବାଦୀଙ୍କ ପ୍ରତିରୋଧ ସପ୍ତାହ ପାଳନ ଆରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମାଓ ମେଳି ଦେଖିବାକୁ ମିଳିଛି । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓ ନେତ୍ରୀ ମୀନାଙ୍କ ଉଦ୍ଦେଶ୍ୟରେ ଅଣ୍ଡ୍ରାପାଲିଠାରେ ଶହୀଦ ସ୍ତମ୍ଭ ସ୍ଥାପନ କରିଛନ୍ତି ମାଓବାଦୀ । ଲାଲଗଡକୁ ସୁଦୃଢ କରିବାକୁ ଯୁବକ ଯୁବତୀମାନଙ୍କୁ ମାଓ ସଙ୍ଗଠନରେ ସାମିଲ ହେବାକୁ ଆହ୍ବାନ ଦିଆଯାଉଛି । ପୋଲିସ ଇନଫର୍ମର ନ ସାଜିବାକୁ ଆଦିବାସୀଙ୍କୁ ମାଓବାଦୀ ଚେତବାନୀ ଦେଇଛନ୍ତି ।

ଆଜିଠୁ  ୩୧ ଯାଏଁ ମାଓବାଦୀ ପାଳୁଛନ୍ତି ପ୍ରତିବାଦ ସପ୍ତାହ । କାଶ୍ମୀର, ଆସାମ ଓ ମଣିପୁରରେ ଦେଖାଦେଇଥିବା ଜାତିଆଣ ଭେଦଭାବକୁ ବିରୋଧ କରି ପ୍ରତିବାଦ ସପ୍ତାହ ପାଳନ କରୁଛନ୍ତି । ୩୧ରେ ଭାରତ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି ।

ସେପଟେ ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ ଘାଟିରେ ମାଓ ବ୍ୟାନର ଲଗାଯାଇଛି । ଆଜିଠୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ପ୍ରତିରୋଧ ସପ୍ତାହ ପାଳନ କରିବାକୁ ବ୍ୟାନରରେ ମାଓବାଦୀ ଆହ୍ବାନ କରିଛନ୍ତି । ମୈନପୁର ମାଓ ସଙ୍ଗଠନ ବ୍ୟାନର ଲଗାଇଥିବା ଜଣାପଡିଛି । ଏହାସହ ଗଛ ଡାଳ ପକାଇ ଚନ୍ଦାହାଣ୍ଡି-ଝରିଗାଁ ରାସ୍ତା ଅବରୋଧ କରାଯାଇଛି । ଘଟଣାସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ବ୍ୟାନର ଜବତ କରିଛି । ମାଲକାନଗିରି ସମେତ ଅନ୍ୟ ମାଓ ପ୍ରଭାବିତ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

   Related Posts