Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ନୟାଗଡ଼ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବନ୍ଧୁକ ଲୁଟି ନେଲେ ମାଓବାଦୀ, ୨୦୦୮ ଫେବୃଆରୀରେ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ କରିଥିଲେ

24/04/2019 at 7:23 PM

ନୟାଗଡ଼ ୨୪|୪:ନୟାଗଡ଼ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବନ୍ଧୁକ ଲୁଟି ନେଲେ ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ କୁଆଁରିଆ ବାଣିଗୋଚ୍ଛା ପୂର୍ବ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ମାଓବାଦୀମାନେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ୪ଟି ଦେଶୀ ବନ୍ଧୁକ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦଶପଲ୍ଲା ଥାନାରେ ଏ ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ….

ଦୀର୍ଘ ୧୦ବର୍ଷ ପରେ ପୁଣି ନୟାଗଡ଼ ବନାଞ୍ଚଳରେ ନିଜ ସ୍ଥିତି ଜାହିର୍‌ କରିଛନ୍ତି ମାଓବାଦୀ ।  ଗତକାଲି  ବିଳମ୍ବିତ ରାତିରେ କୁଆଁରିଆ ବାଣିଗୋଚ୍ଛା ପୂର୍ବ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ୪ଟି ବନ୍ଧୁକ ଲୁଟି ନେଇଥିବା ଅଭିଯୋଗ ହୋଇଛି । ରେଞ୍ଜ ଅଫିସର ସମସ୍ତ କର୍ମଚାରୀ ଜଙ୍ଗଲରେ ଭିତରେ ନିଆଁ ଲିଭାଇବା କାର୍ଯ୍ୟରେ ବ୍ୟସ୍ତ ଥିଲେ । ଜଣେ ମାତ୍ର ଫରେଷ୍ଟର ହେମନ୍ତ କୁମାର କାଣ୍ଡି ଅଫିସ କ୍ବାର୍ଟରରେ ନିଜ ପରିବାର ସହ ଥିଲେ । ଏହାର ସୁଯୋଗ ନେଇ ୭-୮ଜଣ ମାଓବାଦୀ ମୁହଁରେ ମୁଖା ପିନ୍ଧି ରେଞ୍ଜ ଅଫିସ ଉପରେ କରିଥିଲେ ହମଲା । ତାଲା ଭାଙ୍ଗି ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆଉ ଯିବା ବେଳେ ୪ଟି ବନ୍ଧୁକ ଏବଂ ଫରେଷ୍ଟରଙ୍କ ମୋବାଇଲ୍‌ ଲୁଟି ନେଇଥିଲେ । ଏମିତିକି ବିଭିନ୍ନ ପ୍ରସଙ୍ଗରେ ବିରୋଧପୂର୍ଣ୍ଣ କିଛି ହାତଲେଖା ଚିଠି ମଧ୍ୟ ଛାଡ଼ିଯାଇଥିଲେ ମାଓବାଦୀ ।

 ସିପିଆଇ ମାଓବାଦୀ ନାମରେ ଲେଖାଥିବା ଚିଠିରେ ବାଇଶିପଲ୍ଲୀ ଅଭୟାରଣ୍ୟରେ ବିସ୍ଥାପନକୁ ବିରୋଧ କରାଯାଇଛି । ସେହିଭଳି ମାଓବାଦୀ ନାମରେ ମିଛ ଗିରଫଦାରୀକୁ ବିରୋଧ କରାଯିବା ସହ  ଅଭୟାରଣ୍ୟରେ ବାଘ ଛଡାଯିବାକୁ ବିରୋଧ କରାଯାଇଛି । ଏଥି ସହ ପୋଲିସ୍ ଇନଫର୍ମର୍ ହେଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବବୋଲି ଧମକ ଦିଆଯାଇଛି । ଗତ କିଛି ବର୍ଷହେଲା କକେବିଏନ୍ ନାମରେ ମାଓ ସଂଗଠନ ନୟାଗଡ ଜିଲ୍ଲାର ଦଶପଲ୍ଲା ଏବଂ ଗଣିଆ ଅଞ୍ଚଳରେ ସକ୍ରୀୟ ରହିଛି । ଏପରିକି ଗତ ତିନିବର୍ଷ ତଳେ ମାଓବାଦୀମାନେ ଛାମୁଣ୍ଡିଆ ରେଂଜର ଢ଼ିପିସାହି ଫରେଷ୍ଟ କାର୍ଯ୍ୟାଳୟ ପୋଡିବା ସହ ଟାଓ୍ବାର ପୋଡି ଦେଇଥିଲେ ।  ତେବେ ଅଭିଯୋଗ ପରେ ଗତକାଲି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

୨୦୦୮ ଫେବୃଆରୀରେ ନୟାଗଡ଼ ଅସ୍ତ୍ରାଗାର ଲୁଟ୍‌ କରିଥିଲେ ମାଓବାଦୀ । ୟା’ ଭିତରେ ମାଓ ଦମନ ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ପଦକ୍ଷେପ ନିଆଯାଇଛି । ଏସବୁ ପରେ ବି ପୁଣି ନୟାଗଡ଼ରେ ସମାନ ଢ଼ଙ୍ଗରେ ନକ୍ସଲଙ୍କ ଏଭଳି କାଣ୍ଡ ସୁରକ୍ଷା ବ୍ୟବସ୍ଥା ପ୍ରତି ଚାଲେଂଜ୍‌ ସୃଷ୍ଟି କରିଛି ।

   Related Posts