ବନ୍ଧୁକ ଲୁଟିଲେ ମାଓବାଦୀ ; କୁଆଁରିଆ ୱାଇଲ୍ଡ ଲାଇଫ୍ ରେଞ୍ଜ ଅଫିସ ଭାଙ୍ଗି ଲୁଟିଲେ ୪ ବନ୍ଧୁକ

Published By : Prameya-News7 Bureau | April 24, 2019 IST

ନୟାଗଡ ୨୪|୪: ବନ୍ଧୁକ ଲୁଟିନେଲେ ମାଓବାଦୀ । ନୟାଗଡ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବନ୍ଧୁକ ଲୁଟିନେଲେ ସଶସ୍ତ୍ର ମାଓବାଦୀ । କୁଆଁରିଆ ୱାଇଲ୍ଡ ଲାଇଫ ରେଞ୍ଜ ଅଫିସରୁ ଲୁଟ୍ ହୋଇଛି । ମାଓବାଦୀମାନେ ବନ୍ଧୁକ ଲୁଟିଥିବା ନେଇ ଥାନାରେ ଏତଲା ହୋଇଛି ।

{"id":106651}

ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ମାଓବାଦୀମାନେ ୪ଟି ବନ୍ଧୁକ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏଭଳି କାଣ୍ଡ ଘଟିଛି । ଘଟଣାସ୍ଥଳରୁ ସିପିଆଇ ମାଓବାଦୀ ପକ୍ଷରୁ ଏକ ହାତଲେଖା ଚିଠି ମିଳିଛି । ଏନେଇ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ଦଶପଲ୍ଲା ଥାନାରେ ଏତଲା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.