Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ

25/06/2018 at 5:27 AM

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ଓଡିଶା ଏବଂ ଛତିଶଗଡରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ପୋଲିସର ଅପରେସନ ଗ୍ରୀନହଣ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଓଡିଶା ତଥା ପୂର୍ବ ଛତିଶଗଡରେ ଏହି ସଂଗଠନ କାମ କରୁଥିବାବେଳେ ବନ୍ଦ ଡାକରାକୁ ସଫଳ କରିବାକୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର । ଫୁଲବାଣୀ ଗୋଛାପଡା ରାସ୍ତା କଟ୍ରିଙ୍ଗିଆରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ବନ୍ଦ ଡାକରାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ଜଙ୍ଗଲରେ କୁମ୍ବି କରୁଛନ୍ତି ସୁରକ୍ଷା କର୍ମୀ । ଏହା ସହିତ ରାଜ୍ୟର ବିଭିନ୍ନ ସୀମାରେ ସିଲ କରି ଗାଡ଼ିମୋଟର ଯାଞ୍ଚ କରୁଛନ୍ତି ସୁରକ୍ଷା କର୍ମୀ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ରାଇଘରରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି । ସହରରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିର ରଥରେ ୩ଟି ପୋଷ୍ଟର ମାରିଛନ୍ତି ମାଓବାଦୀ । ମେନପୁର ଡିଭିଜନ ଏସବୁ ପୋଷ୍ଟର ଲଗାଇଛି । ଓଡିଶା-ଛତିଶଗଡ ବନ୍ଦ ଡାକରାକୁ ସଫଳ କରିବାକୁ ପୋଷ୍ଟରରେ ଆହ୍ବାନ ଦିଆଯାଇଛି । ସେପଟେ କଳାହାଣ୍ଡିର ୨ଟି ସ୍ଥାନରେ ମାଓବାଦୀଙ୍କ ରାସ୍ତା ଅବରୋଧ । ଭବାନିପାଟଣା ଥୁଆମୁଳରାମପୁର ରାସ୍ତା ଓ ଫୁଲିଘାଟି ଗୁଣପୁର ନିକଟରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ବଲାଙ୍ଗୀରରେ ମାଓବାଦୀ ଅଡିଓ ଟେପ ଜାରି କରିଛନ୍ତି । ମାଓଦମନ ଅଭିଯାନକୁ ବିରୋଧ କରି କରି ବରଗଡ-ବଲାଙ୍ଗୀର ମହାସମୁନ୍ଦ ଡିଭିଜନ ଅଡିଓ ଟେପ ଜାରି କରିଛି । ସେପଟେ ନୂଆପଡା-ପତୋରା ରାସ୍ତାରେ ମାଓପୋଷ୍ଟର ଦେଖିବାକୁ ମିଳିଛି ।

   Related Posts