Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ବନ ବିଭାଗର ୧୨ଟି ଘରକୁ ଆଇଇଡିରେ ଉଡାଇଲେ ମାଓବାଦୀ, ସର୍ଚ୍ଚ ଅପରେସନ ଜୋରଦାର

12/07/2020 at 5:24 PM

ରାଞ୍ଚି ୧୨।୦୭: ଝାରଖଣ୍ଡର ପଶ୍ଚିମି ସିଂହଭୂମ ଜିଲ୍ଲାରେ ସନ୍ଦିଗ୍ଧ ନକ୍ସଲି ଶନିବାର ରାତିରେ ଝାରଖଣ୍ଡ ବନ ବିଭାଗର ୧୨ଟି ଘରକୁ ଉଡାଇ ଦେଇଛନ୍ତି। ପୋଲିସ୍ ଅଧୀକ୍ଷକ ଇନ୍ଦ୍ରଜିତ ମହାଥା ଘଟଣାର ସୂଚନା ଦେଇ କହିଛନ୍ତି ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ମାଓବାଦୀଙ୍କ ଏକ ଗୋଷ୍ଠୀ ଶନିବାର ରାତିରେ ଜିଲ୍ଲାର ବେରକେଲା ବନାଞ୍ଚଳରେ ବିଭାଗର ଘରକୁ ପଶିଥିଲେ।

ନକ୍ସଲମାନେ ସମସ୍ତ କର୍ମଚାରୀଙ୍କୁ ପରିସର ଖାଲି କରିବାକୁ କହିଥିଲେ। ନକ୍ସଲ କିଛି କର୍ମଚାରୀଙ୍କ ସହିତ ମାରପିଟ୍ ମଧ୍ୟ କରିଥିଲେ। ପୋଲିସ୍‌କୁ ଏହାର ସୂଚନା ଦେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ନକ୍ସଲ ଗୋଟିଏ ପରେ ଗୋଟିଏ ସମସ୍ତ କୋଠାକୁ ଆଇଇଡି ବ୍ୟବହାର କରି ଉଡାଇ ଦେଇଛନ୍ତି।

ପୋଲିସ୍ ଅଧୀକ୍ଷକ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ମାଓବାଦୀ ମାର୍ଗ  ପ୍ରସ୍ତୁତ ପାଇଁ କିଛି ଗଛ ମଧ୍ୟ ଭାଙ୍ଗି ଦେଇଛନ୍ତି। ସମ୍ଭବତଃ ସୁରକ୍ଷା  ବଳ ପରେ ହମଲା କରିବା ପାଇଁ ଏପରି କରିଥାଇ ପାରନ୍ତି  ବୋଲି ମହାଥା କହିଛନ୍ତି। ଏହି ଘଟଣା ପରେ  ଜଙ୍ଗଲରେ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି।

ଚାଇବାସାର ଡିଆଇଜି କୋଲହନା  ରେଞ୍ଜ ଆରଆର ସିଂହ କହିଛନ୍ତି,  ବହୁତ ଗୁରୁତର ସହ ମାମଲାର ତଦନ୍ତ କରାଯାଉଛି। ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି। ସୁରକ୍ଷାବଳର ଯବାନ ଅଞ୍ଚଳରେ ଆଣ୍ଟି ନକ୍ସଲ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ନକ୍ସଲ ଅଭିଯାନରେ ସହଯୋଗ କରିବାକୁ ଜନତାଙ୍କୁ ନିବେଦନ କରାଯାଇଛି।

   Related Posts