କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓବାଦୀ

Published By : Prameya-News7 Bureau | December 14, 2018 IST

କୋଣାର୍କ ୧୪|୧୨: ହିଂସା ତ୍ୟାଗକରି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ୩୦ରୁ ଉର୍ଦ୍ଧ୍ବ ମାଓବାଦୀ ଆଜି ସକାଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖି ଆତ୍ମବିଭୋର ହୋଇପଡିଥିଲେ। ରାଜ୍ୟ ସରକାରଙ୍କର ଏଭଳି ଅଭିନବ ପ୍ରୟାସ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

{"id":63497}

କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୩୦ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ପୁରୀ ଓ କୋଣାର୍କ ବୁଲି ଦେଖିଲେ । ଏହି ୩0 ଜଣ ଯୁବତୀ ଓମହିଳା ଆଜି ଭଲ ମଣିଷ ହେବାକୁ ନିଷ୍ପତି ନେବା ପରେ ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥାନ ବୁଲି ଦେଖାଇବାକୁ ନିଷ୍ପତି ନେଇଥିଲେ । ଆଜି ପୁରୀ ଓ କୋଣାର୍କ ବୁଲି ବହୁତ ଖୁସି ହୋଇଛନ୍ତି । କଡା ସୁରକ୍ଷା ସହ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓବାଦୀ ମନ୍ଦିର ପରିସରକୁ ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.