Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଛତିଶଗଡରେ ମାଓ ତାଣ୍ଡବ ଘଟଣା : ନିର୍ବାଚନୀ ରାଲି ଛାଡି ଦିଲ୍ଲୀ ଗଲେ ଅମିତ ଶାହା, ଜରୁରୀ ସମୀକ୍ଷା କରିବେ ଗୃହମନ୍ତ୍ରୀ

4/04/2021 at 3:23 PM

ରାୟପୁର ୦୪/୦୪ : ଛତିଶଗଡ ବିଜାପୁରରେ ମାଓବାଦୀ ଘଟାଇଥିବା ଲାଲତାଣ୍ଡବ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରକ୍ତର ହୋଲି ଖେଳିଛନ୍ତି ଲାଲବାହିନୀ । ମାଓବାଦୀଙ୍କ ସହ ମୁକାବିଲାରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି । ଘଟଣାର ମାଷ୍ଟରମାଇଣ୍ଡ ବାଟାଲିୟନ ନଂ ୧ର ମୁଖ୍ୟ ହିଡମା । ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନୀ ରାଲି ଛାଡି ଦିଲ୍ଲୀ ଉଡାଣ ଭରିଛନ୍ତି । ଛତିଗଡରେ ଲାଲବାହିନୀଙ୍କ ଲାଲ ତାଣ୍ଡବର ସମୀକ୍ଷା ପାଇଁ ଗୃହମନ୍ତ୍ରୀ ଦିଲ୍ଲୀରେ ଜରୁରୀ ବୈଠକ କରିବା ନେଇ ସୂଚନା ମିଳିଛି । ଏହା ସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନ ଯୋଗେ କଥା ହେବା ସହିତ ଘଟଣା ବାବଦରେ ପଚାରି ବୁଝିଛନ୍ତି ଶାହା । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଘଟଣା ବାବଦରେ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।

ଛତିଶଗଡ଼ ସୁକମା ଓ ବିଜାପୁର ସୀମା ସ୍ଥିତ ଟେକଲଗୁଡା ଗାଁ ନିକଟରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ୨୨ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନଙ୍କ ଶବ ଏବେ ବି ସେଠାରେ ବିଭିନ୍ନ ସ୍ଥାନରେ ପଡ଼ିରହିଛି। ଏବେ ବି ୧୧ ଜଣ ଯବାନ ନିଖୋଜ ଅଛନ୍ତି। ପ୍ରଥମେ ୫ ଯବାନ ଶହୀଦ ହୋଇଥିବା ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ବଢି ୨୨ ହୋଇଛି। ତେବେ ଶହୀଦ ଯବାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

ମାମଲାରେ ୩୨ ଯବାନ ଆହତ ହୋଇଛନ୍ତି। ବିଜାପୁର ହସ୍ପିଟାଲରେ ୨୫ ଯବାନଙ୍କ ଚିକିତ୍ସା ଚାଲିଛି। ଛତିଶଗଡ଼ ପୋଲିସ ଗୁଳି ବିନିମୟରେ ୧୯ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି।

ବିଜାପୁରରେ ନିଖୋଜ ଯବାନଙ୍କ ତଲାସୀ ଅଭିଯାନ ଜୋରସୋରରେ ଚାଲିଛି। ୬୦୦ ଯବାନଙ୍କ ବାଟାଲିୟନ ଏକ ନମ୍ବର ସ୍ଥାନକୁ ଯାଇଛି। ଏହି ଅଞ୍ଚଳ ରକ୍ତମୁଖ ନକ୍ସଲଙ୍କ ହିଡମା ଗଡ। ସେଥିପାଇଁ ପୁଣି ଏନକାଉଣ୍ଟର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମାମଲାରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ଶୁକ୍ରବାର ରାତିରେ ବିଜାପୁର ଓ ସୁକମା ଜିଲ୍ଲାର କେନ୍ଦ୍ର ରିଜର୍ଭ ପୋଲିସ ବଳର କୋବ୍ରା ବାଟାଲିୟନ, ଡିଆରଜି ଓ ଏସଟିଏଫ ଦଳଙ୍କୁ ନକ୍ସଲ ବିରୋଧୀ ଅଭିଯାନ ପାଇଁ ପଠାଯାଇଥିଲା। ନକ୍ସଲ ବିରୋଧୀ ଅଭିଯାନରେ ବିଜାପୁର ଜିଲ୍ଲାର ଉସୁର, ସୁକମା, ମୀନପା, ତରେମ, ନରସାପୁରମର ପାଖାପାଖି ୨ ହଜାର ଯବାନ ସାମିଲ ଥିଲେ।

   Related Posts