କନ୍ଧମାଳ ପୋଲିସ ନିକଟରେ ମାଓବାଦୀର ଆତ୍ମସମର୍ପଣ

Published By : Prameya-News7 Bureau | April 17, 2019 IST

କନ୍ଧମାଳ ୧୭|୪: କନ୍ଧମାଳ ପୋଲିସ ନିକଟରେ କକେବିଏନ ଡିଭିଜନର ଭରତ କହଁର ନାମକ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଭରତର ଘର ଗୋଚ୍ଛାପଡା ଥାନା ଅନ୍ତର୍ଗତ ପାହିରାଜୁ ପଂଚାୟତର ବାହାମାଲା ଗ୍ରାମରେ। ଭରତ ସୁଡ୍ରକୁମ୍ପାଠାରେ ଠିକାଦାର କ୍ୟାମ୍ପ୍ ପୋଡି ଓ ରବିନ୍ଦ୍ର ମଲିକ ହତ୍ୟା ମାମଲାରେ ସଂପୃକ୍ତ ଥିବା କହିଛି। ଭରତକୁ ଧରିବା ଲାଗି ପୋଲିସ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ମାଓବାଦୀ ମାନେ ମୂଳଲକ୍ଷ୍ୟ ଠାରୁ ଦିନକୁ ଦିନ ଦୂରେଇ ଯାଉଥିବାରୁ ସେ ବାଧ୍ୟହୋଇ ମାଓ ସଂଗଠନ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ମନ ବଳାଇଥିବା କହିଛି। 

{"id":104339}

ଗତ ଜାନୁୟାରୀ ୨୭ ରେ ରାହୁଲ କହଁର ଓ ମାର୍ଚ୍ଚ ୨୯ରେ ପିଙ୍କି କହଁର ନାମକ ମହିଳା ମାଓବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ସମସ୍ତ ପ୍ରକାର ସହାୟତା ଓ ଥଇଥାନ କରାଯିବ ବୋଲି କନ୍ଧମାଳ ଏସପି ପ୍ରତୀକ ସିଂ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.