Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ନୂଆପଡା ଏସ୍‌ପିଙ୍କ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

18/05/2019 at 12:59 PM

ନୂଆପଡା ୧୮|୫: ବନ୍ଧୁକ ଓ ଗୁଳି ସହ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସପି ସ୍ମିତ ପି ପରମାର ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଉଛନ୍ତି ବୋଡେନ ବ୍ଲକ୍ କରିପାନି ଗ୍ରାମର ପର୍ଶୁରାମ ଧରୁଆ (ମଣ୍ଟୁ) । ୨୦୧୪-୧୫ ମସିହାରୁ ପ୍ରଥମେ ମିଲିସିଆ ଭାବରେ ମୈନପୂର ନୂଆପଡା ଡିଭିଜନରେ କାମ କରୁଥିଲା । ବର୍ତ୍ତମାନ ସେ ଜଣେ ସକ୍ରିୟ ମାଓବାଦୀ ଭାବରେ କାର୍ଯ୍ୟରତ ଥିଲା ।

ଜୋର ଜବରଦସ୍ତି ମାଓ ସଂଗଠନରେ ଯୋଗ ଦେଇଥିବା ବେଳେ ସଂଗଠନର ତେଲୁଗୁ କ୍ୟାଡରଙ୍କ ନିର୍ଯାତନା ଓ ପୂର୍ବରୁ ୪ ମାଓବାଦୀଙ୍କ ଆତ୍ମ ସମର୍ପଣ ପରେ ତାଙ୍କୁ ସରକାରୀ ସହାୟତାରେ ଅନୁପ୍ରାଣିତ ହୋଇ ଆଜି ଗୋଟିଏ ଥ୍ରି ନଟ୍ ଥ୍ରି ବନ୍ଧୁକ, ୧୫ଟି ଗୁଳି ସହ ଏସପି ସ୍ମିତ ପି ପରମାରଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ସେ ପୂର୍ବରୁ ଅନେକ ମାଓ କାର୍ଯ୍ୟକଳାପରେ ସାମିଲ ଥିବା ଏସପି ସୂଚନା ଦେଇଛନ୍ତି ।

   Related Posts