ନକ୍ସଲ ସଂଗଠନକୁ ବଡ ଝଟ୍‌କା, ଆତ୍ମସମର୍ପଣ କଲା କମାଣ୍ଡର ରମଣଙ୍କ ପୁଅ ରଣଜିତ୍

Published By : Prameya-News7 Bureau | July 14, 2021 IST

ମାଲକାନଗିରି ୧୪।୭: ନକ୍ସଲ ସଂଗଠନକୁ ବଡ ଝଟକା । ନକ୍ସଲ କମାଣ୍ଡର ରମଣଙ୍କ ପୁତ୍ର ରଣଜିତ୍ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ରମଣ ଛତିଶଗଡରେ ନକ୍ସଲ ସଂଗଠନର ମୂଳଦୁଆ ପକାଇଥିଲେ ଏବଂ ୧୫୦ରୁ ଅଧିକ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଥିଲା ।

ଡିସେମ୍ବର ୨୦୨୦ରେ ରମଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ବୁଧବାର ତାଙ୍କ ପୁଅ ରଣଜିତ୍ ତେଲେଙ୍ଗାନା ଡ଼ିଜିପି ମହେନ୍ଦ୍ରର ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ନକ୍ସଲମାନଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ତଥା DKSZCର ସଚିବ ଥିବା ରମଣଙ୍କ ପୁଅ ରଣଜିତ୍ ଆତ୍ମସମର୍ପଣ କରିଛି । ତେଲେଙ୍ଗାନା ପୋଲିସ ନିକଟରେ ମଧ୍ୟ ଆତ୍ମସମର୍ପଣ କରିପାରେ । ଏହା ନକ୍ସଲ ଶିବିରରେ ଜନ୍ମିତ ନକ୍ସଲଙ୍କ ପ୍ରଥମ ଆତ୍ମସମର୍ପଣ ହୋଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.