କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ରାମ ଦାଶ, ମୁଣ୍ଡ ଉପରେ ଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର

Published By : Prameya-News7 Bureau | February 19, 2020 IST

କଳାହାଣ୍ଡି ୧୯।୨: ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିବା ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ କଳାହାଣ୍ଡି ପୋଲିସ ନିକଟରେ ଆତ୍ମସର୍ମପଣ କରିଛି । ଛତିଶଗଡର ବିଭିନ୍ନ ଅଞ୍ଚଳ ସହିତ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡରେ ସେ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସମିଲ ଥିଲା । ମାଓ କ୍ୟାଡର ରାମ ଦାଶ ଓରଫ ଦୀପକର ଆତ୍ମସମର୍ପଣ ପରେ ଗଣମାଧ୍ୟମ ସମ୍ମୁଖରେ ମାଓ ସଂଗଠନକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛି ।

ରାମଦାସ ୨୦୦୯ ମସିହାରୁ ସିପିଆଇ ମାଓବାଦୀ ସଂଗଠନରେ ଛତିଶଗଡରେ ମାଓ ସଂଗଠନରେ ସାମିଲ ହୋଇଥିଲା । ୨୦୧୯ ରେ ମଦନପୁର-ରାମପୁର କେନ୍ଦୁଘାଟି ଠିକାଦାର କ୍ୟାମ୍ପ ପୋଡି, ତଥା କନ୍ଧମାଳ ଅଞ୍ଚଳରେ ବିଭିନ୍ନ ହିଂସାକାଣ୍ଡରେ ସେ ସଂପୃକ୍ତ ଥିଲା ।

ମାଓ ସଂଗଠନରେ ନିର୍ଯାତନାକୁ ବିରୋଧ କରି ସେ ଦଳ ଛାଡ଼ିଥିବା ପ୍ରକାଶ କରିଛି। ବିଶେଷ କରି ମାଓ ସଂଗଠନରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସେ କହିଛି। କଳାହାଣ୍ଡି ପୋଲିସ ନିକଟରେ ମୋଟ୍  ୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସର୍ମପଣ କଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.