ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ସମୀକ୍ଷା ବୈଠକ : ଲାଲ୍ ଗଡରେ ରେଳ ସଂଯୋଗ, ମୋବାଇଲ ଟାଓ୍ବାର ଏବଂ ବ୍ୟାଙ୍କ ସେବା ଯୋଗାଇବାକୁ ଦାବିକଲେ ସିଏମ୍‌ ନବୀନ

Published By : Prameya-News7 Bureau | September 26, 2021 IST

ନୂଆଦିଲ୍ଲୀ ୨୬/୦୯ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓ ଦମନ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ଉପସ୍ଥିତି ଏବଂ ଏହାକୁ କମାଇବା ଦିଗ​‌ରେ ଆଲୋଚନା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉପସ୍ଥିତ ରହି ରାଜ୍ୟରେ ମାଓ ସ୍ଥିତି ନେଇ ଅବଗତ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୩ ଜିଲ୍ଲାରେ ହିଁ ମାଓ ଗିତିବିଧି ସୀମିତ ରହିଛି । ଏହାକୁ କିପରି ଆହୁରି ଦମନ କରାଯିବ ସେ ନେଇ କେନ୍ଦ୍ର ନିକଟରେ ଦାବି ରଖିଛି ରାଜ୍ୟ । ଅର୍ଥନୈତିକ ବିକାଶ ଦିଗରେ ଜୟପୁରରୁ ମୋଟୁ ଭାୟା ମାଲକାନାଗିରି ଯାଏଁ  ୪ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ଉପ​‌ରେ ଗୁରୁତ୍ବାରୋପ କରିବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଓ ପ୍ରଭାବିତ ଅଞ୍ଚଳରେ ରେଳ ଯୋଗାଯୋଗ ଯାହା ରେଳ ବିଭାଗ ଅଧିନରେରେ ଆସୁଛି । ତେଣୁ ମାଲକାନାଗିରି ଭଦ୍ରଚେଲମର  ୧୫୩ କିମି ଏବଂ ନବରଙ୍ଗପୁର ରୁ ଜୁନାଗଡ଼ ୧୧୮ କିମି ରେଳ ପଥ ମଧ୍ୟ ଅର୍ଥନୀତି ବିକାଶ ଦିଗରେ ସାହାଯ୍ୟ କରିବ । ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ରେ ମୋବାଇଲ ସଂଯୋଗ ବୃଦ୍ଧି । ୬୨୮୭ ଗାଁ ରେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଦାବି ରଖିଛି ଓଡିଶା । ପୂର୍ବରୁ କେନ୍ଦ୍ର ସରକାର ୪୮୮ଟି ମୋବାଇଲ ଟାୱାର ବସାଇବା ପାଇଁ ପ୍ରସ୍ତାବ ପାରିତ କରିଥିଲେ ସୁଦ୍ଧା ଦରକାର କିନ୍ତୁ ୨୦୦୦ ମୋବାଇଲ ଟାୱାର ।

ଆଉ ଏକ ଗୁରୁତ୍ବପର୍ଣ୍ଣ ପ୍ରସଙ୍ଗ ହେଉଛି  ମାଓ ଅଂଚଳର ବ୍ୟାଙ୍କ ସେବା ଯୋଗାଇବା । ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ଯୋଗାଇଦେବେ​‌ ବୋଲି କେନ୍ଦ୍ର ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ କେନ୍ଦ୍ର ସରକାର ମାଓ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମାଓ ପ୍ରବଣ ଅଞ୍ଚଳ ରେ କେତେ ପିଲା NEET ଏବଂ JEE ଭଳି ପରୀକ୍ଷା ଦେଇଛନ୍ତି ତାକୁ ନେଇ କେନ୍ଦ୍ର ସରକାର ଏକ ସର୍ଭେ କରନ୍ତୁ । ଯାହା ଫଳରେ ସେମାନଙ୍କୁ ପାଇଁ ବିଭିନ୍ନ ଷ୍ଟ୍ରିମ୍‌ ଆଣିବାରେ ପ୍ରୟାସ କରାଯାଇ ପାରିବ ବୋଲି ବୈଠକରେ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.