ରାୟଗଡ଼ା କଲ୍ୟାଣସିଂହପୁର ଠାରେ ମାଓ ପୋଷ୍ଟର
Published By : Prameya-News7 Bureau | August 02, 2018 IST
ରାୟଗଡ଼ା କଲ୍ୟାଣସିଂହପୁର ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସହରର ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ନାଗାବଳୀ ପୋଲରେ ମାଓବାଦୀ ପକ୍ଷରୁ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ରାଜ୍ୟ ସରକାର ରାୟଗଡ଼ା,କଳାହାଣ୍ଡି ଏସପି ଙ୍କ କାର୍ଯ୍ୟକଳାପ କୁ ବିରୋଧ କରି ମୁର୍ଦାବା ସ୍ଲୋଗାନ୍ ଲେଖାଯାଇଛି। ଏହା ସହ ପୋଷ୍ଟରରେ ଡ଼ଙ୍ଗାମାଟି,କେ ବଣ୍ଡେଲି ଗାଁର ଦୁଇ ଯୁବକଙ୍କୁ ଚେତାବନୀ ଦେଇ ପୋଲିସ୍ ଇନଫରମର କାମ ନ କରିବାକୁ କୁହାଯାଇଛି । ଜୁଲାଇ ୨୭ଠାରୁ ଅଗଷ୍ଟ ୩ ପଯ୍ୟନ୍ତ ମାଓବାଦୀ ସପ୍ତାହ ପାଳନ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି।