ନବରଙ୍ଗପୁରରେ ମାଓ ପୋଷ୍ଟର, କାଠ ମାଫିଆଙ୍କୁ ଚେତାବନୀ

Published By : Prameya-News7 Bureau | July 17, 2019 IST

ଉମରକୋଟ ୧୭|୭: ନବରଙ୍ଗପୁରରେ ପୁଣି ମାଓ ପୋଷ୍ଟର । ଏଥର ମାଓବାଦୀଙ୍କ ଟାର୍ଗେଟରେ ଜଙ୍ଗଲର ଗଛ କାଟୁଥିବା ଲୋକ ଓ କାଠ ମାଫିଆ ।  ଜଙ୍ଗଲର ଗଛ ନ କାଟି ତାହାର ସୁରକ୍ଷା କରିବା ତଥା  ଜଙ୍ଗଲ ଗଛ କାଟି ଜମି  ତିଆରିକୁ ବିରୋଧ କରିଛନ୍ତି ମାଓବାଦୀ ।  ଜଙ୍ଗଲ ଜମି ସୁରକ୍ଷା କରିବା ପାଇଁ  ପୋଷ୍ଟର ମାଧ୍ୟମରେ ଆହ୍ବାନ ଦେଇଛନ୍ତି ମାଓବାଦୀ । 

wp:gallery {"ids":[134563,134566]} /wp:gallery

ଆଜି ଏହା ବିରୋଧରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁଣ୍ଡେଇ ଜଙ୍ଗଲରେ ସୀତା ନଦୀ ମାଓ କମିଟି ପକ୍ଷରୁ ଆହ୍ବାନ ଦିଆଯାଇଛି । ଜଙ୍ଗଲକୁ କାଟି ସେଥିରେ ନିଆଁ ଲଗାଇବାକୁ ବିରୋଧ କରିଛନ୍ତି ମାଓବାଦୀ । ଏପରି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ  ମାଓବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହ ପୋଲିସ ଇନଫର୍ମର ସାଜିବାରୁ କ୍ଷାନ୍ତ ହେବାସହ ନଚେତ୍ ଦଣ୍ଡ ଭୋଗିବା ନେଇ ପ୍ରସ୍ତୁତ ରହିବା ପାଇଁ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.