Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାୟଗଡ଼ା କଲ୍ୟାଣସିଂପୁରରେ ମାଓ ପୋଷ୍ଟର ; ୫ ଜଣଙ୍କୁ ଚେତାବନୀ

12/09/2018 at 9:36 AM

ରାୟଗଡା ୧୨|୯: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରରେ ମାଓ ପୋଷ୍ଟର ଲଗାଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ୫ ଜଣଙ୍କୁ ଚେତାବନୀ ଦେଇଛନ୍ତି ମାଓବାଦୀ । ସେମାନେ ନିୟମଗିରି ଜନ ଆନ୍ଦୋଳନକୁ ଭଣ୍ଡୁର କରି ନିୟମଗିରି ପାହାଡ଼କୁ ବେଦାନ୍ତ କମ୍ପାନୀ ହାତରେ ଟେକି ଦେବା ପାଇଁ ପ୍ରୟାସ କରୁଥିବା ପୋଷ୍ଟରରେ ଲେଖାଯାଇଛି । ଚକ୍ରାନ୍ତରେ ଲିଙ୍ଗରାଜ, ଜିତୁ, ଉପେନ୍ଦ୍ର, ହରିବନ୍ଧୁ ଓ ଗଣେଷ ନାମକ ବ୍ୟକ୍ତିମାନେ ସାମିଲ ଥିବା ଅଭିଯୋଗ ହୋଇଛି । ଏହି ଚକ୍ରାନ୍ତ ବିରୋଧରେ ଏକାଠି ହେବା ପାଇଁ ସ୍ଥାନୀୟ ଲୋକଙ୍କୁ ପୋଷ୍ଟରରେ ଆହ୍ବାନ ଦେଇଛନ୍ତି । ବାଘୁନା ଡିଭିଜିନାଲ କମିଟି ଓ ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି ।ମାଓ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

   Related Posts