Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡିରେ ମାଓ ପୋଷ୍ଟର, ଭୋଟ୍ ବର୍ଜନ ପାଇଁ ଚେତାବନୀ

26/03/2019 at 10:02 AM

କଳାହାଣ୍ଡି ୨୬|୩ : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ମରାଯାଇଛି । ମଦନପୁର ରାମପୁର ଥାନା ବାରବନ୍ଧା ପଞ୍ଚାୟତରୁ ମାଓ ପୋଷ୍ଟର ଜବତ ହୋଇଛି । ପୋଷ୍ଟର ମାରି ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ । ଏହାସହ ପୋଲିସ ଇନଫର୍ମରଙ୍କୁ ହତ୍ୟା ଚେତାବନୀ ଦେଇଛି ଲାଲ ସଂଗଠନ । ସିପିଆଇ ମାଓବାଦୀ କେକେବିଏନ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ମାଓ ପୋଷ୍ଟର ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

   Related Posts