ବିଚ୍ଛିନ୍ନାଞ୍ଚଳରେ ଲାଗିଲା ନକ୍ସଲ ପୋଷ୍ଟର, ୪ ଜଣଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ମିଳିବା ନେଇ ପୋଷ୍ଟରରେ ଉଲ୍ଲେଖ

Published By : Prameya-News7 Bureau | February 02, 2020 IST

ଚିତ୍ରକୋଣ୍ଡା ୨।୨: ବିଚ୍ଛିନ୍ନାଞ୍ଚଳ ନକ୍ସଲଙ୍କ ଚେତାବୀନ ପୋଷ୍ଟର । ଚିତ୍ରକୋଣ୍ଡା ଯୋଡାମ୍ବୋ ପଂଚାୟତଠାରୁ ମାତ୍ର ୨ କି.ମି. ବ୍ୟବଧାନରେ ଲଗାଇଛନ୍ତି ମାଓ ପୋଷ୍ଟର । ପୋଷ୍ଟରରେ ଯୋଡାମ୍ବୋ ଗାଁର ୪ଜଣଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ମିଳିବ ବୋଲି ଲେଖିଥିବା ବେଳେ ସମଗ୍ର ବିଚ୍ଛିନ୍ନାଞ୍ଚଳ ବାସିନ୍ଦାଙ୍କୁ ପୋଲିସକୁ ସହଯୋଗ ନ କରିବାକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି । ପୋଲିସ କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷା ଦେବ ତାହା ଆମେ ଦେଖିବୁ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ।

{"id":219012,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୫ ତାରିଖ ଦିନ ଜନ୍ତୁରାଇ ଗ୍ରାମରେ ଦୁଇ ନକ୍ସଲକୁ ଗାଁ ଲୋକେ କାବୁ କରି ପିଟିଥିଲେ । ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ହୋଇ ନକ୍ସଲ ପନ୍ଥୀ ଯୋଡାମ୍ବୋଠାରେ ହିଂସାକାଣ୍ଡ ଘଟାଇଥିଲେ । ଗାଁରେ ପଶି ୧୫ରୁ ୧୬ଟି ଘରେ ନିଆଁ ଲଗାଇବା ସହ ୮ଟି ମୋଟର ସାଇକେଲକୁ ଜାଳି ଦେଇଥିଲେ ।

{"id":219013,"sizeSlug":"large"}

ଘଟଣା ଘଟିବାର ୮ ଘଣ୍ଟା ପରେ ଗାଁରେ ଆସି ପହଞ୍ଚି ଥିଲେ ଏସଓଜି ଯବାନ । ସେବେଠାରୁ ଯୋଡାମ୍ବୋ ପଂଚାୟତକୁ ଦିନ ରାତି ସଂପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରଖିଛନ୍ତି ସୀମା ସୁରକ୍ଷା ବାହିନୀ ସହ ଏସଓଜୀ ବାହିନୀ । ପୋଷ୍ଟର ଲାଗିବା ପରେ ସମଗ୍ର ବିଚ୍ଛିନ୍ନାଞ୍ଚଳକୁ ପୋଲିସ ଛାଉଣୀ କରାଯାଇଛି । 

{"id":219014,"sizeSlug":"large"}

ଅନ୍ୟପଟେ ଗତକାଲି ପୋଲିସ ମହା ନିର୍ଦ୍ଦେଶକ ଅଭୟ ବିଚ୍ଛିନ୍ନାଞ୍ଚଳରେ ଥିବା ବିଏସଏଫ କ୍ୟାମ୍ପ ଓ ଥାନା ପରିଦର୍ଶନ କରିବା ସହ ନକ୍ସଲଙ୍କ ଗତିବିଧି ଉପରେ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ।  ବିଚ୍ଛିନ୍ନାଞ୍ଚଳରେ କିପରି ମାଓ ଦମନ ହୋଇପାରିବ ଓ ସମଗ୍ର ବିଚ୍ଛିନ୍ନାଞ୍ଚଳକୁ କିପରି ସୁରକ୍ଷା ଯୋଗାଯାଇ ପାରିବ ତାହା ଉପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.