ବାଲିଗୁଡାରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

Published By : Prameya-News7 Bureau | June 02, 2019 IST

ବାଲିଗୁଡା ୨|୬: କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ପୁଣି ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ବାଲିଗୁଡା ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଫାଟକରେ ମାଓବାଦୀ ମାନେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିବା ଜଣାପଡିଛି ।

{"id":118787}

ବାଲିଗୁଡା ପୂର୍ତ୍ତ ବିଭାଗର ଏସଡିଓ ଭାବେ କାର୍ଯ୍ୟରତ ଭାସ୍କର ଚନ୍ଦ୍ର ସାମନ୍ତରାୟ ଦଶ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡପ କରି ଦୀର୍ଘ ଚଉଦ ବର୍ଷରୁ ଅଧିକ ହେବ ବାଲିଗୁଡାରେ ରହି ଦୁର୍ନୀତି କରୁଛନ୍ତି । ଚାରି ମାସ ହେଲାଣି ବଦଳି ପରେ ବି ବାଲିଗୁଡା ଛାଡୁନାହାନ୍ତି । ତୁରନ୍ତ ଦଶ କୋଟିରୁ ଉର୍ଦ୍ଧ୍ବ ହଡପ ଟଙ୍କାର ତଦନ୍ତ ଏବଂ ଅନ୍ୟତ୍ର ନଗଲେ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ଦିଆଯାଇଛି । ବଂଶଧାରା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଇଥିବା ଉଲ୍ଲେଖ ରହିଛି । ବାଲିଗୁଡା ସହରରେ ମାଓବାଦୀଙ୍କ ପୋଷ୍ଟର ପୂର୍ତ୍ତ ବିଭାଗ ଏସଡିଓଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦେବାକୁ ଉଲ୍ଲେଖ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.