ବାଲିଗୁଡାରେ ଲାଗିଲା ମାଓ ପୋଷ୍ଟର ; ପିଏଲଜିଏ ପ୍ରତିରୋଧ ପାଳନ ପାଇଁ ଚେତାବନୀ

Published By : Prameya-News7 Bureau | January 19, 2019 IST

ବାଲିଗୁଡା ୧୯|୧: ପୁଣି କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରାର ହାଇସ୍କୁଲ ଫାଟକ ସହ ବିଭିନ୍ନ ସ୍ଥାନରେ କେକେବିଏନ୍ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ଲାଗିଛି । ବହୁ ପ୍ରଭାବଶାଳୀ ଲୋକ ପୋଲିସର ଗୁଇନ୍ଦା ସାଜିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ସୁଡ୍ରୁକୁମ୍ପାରେ ପୋଲିସ ଖବରଦାତା ସାଜିଥିବାରୁ ରବି କହଁରକୁ ହତ୍ୟା କରାଯାଇଛି । ମାଦିଖୋଲଠାରୁ ସୁଡ୍ରୁକୁମ୍ପା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଥିବା ଫୁଲବାଣୀର ଠିକାଦାରଙ୍କ ୫ଟା ଗାଡି ପୋଡି ଦିଆଯାଇଛି । ଆଗାମୀ ଦିନରେ ତାକୁ ଜନଅଦାଲତରେ ଦଣ୍ଡିତ କରାଯିବ । ଦାରିଙ୍ଗବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାର ଯାଞ୍ଚ କରାଯାଉ । ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଜାନୁଆରୀ ୧୨ ରୁ ଫେବୃୟାରୀ ୧୨ ପର୍ଯ୍ୟନ୍ତ ପିଏଲଜିଏର ପ୍ରତିରୋଧ ପାଳନ କରିବାକୁ ପୋଷ୍ଟରରେ ଆହ୍ବାନ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.