ବାଲିଗୁଡାରେ ମାଓ ପୋଷ୍ଟର, ପୋଲିସ ଇନଫର୍ମରଙ୍କୁ ହତ୍ୟା ଧମକ

Published By : Prameya-News7 Bureau | July 17, 2019 IST

ବାଲିଗୁଡା ୧୭|୭:  କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଝିରିପାଣିରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି ।ଏହି ପୋଷ୍ଟର ବିପ୍ଳବୀ ଅଭିନନ୍ଦନ ରାହୁଲ ଏରିଆ କମିଟି ଓ ସିପିଆଇ ମାଓବାଦୀ କେକେବିନ ମାଓ ସଂଗଠନ ଲଗାଇଥିବା ଜଣାପଡିଛି । ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଯେଉଁମାନେ ପୋଲିସ ଇନଫର୍ମର ସାଜିଛନ୍ତି ସେମାନେ ଆତ୍ମସମର୍ପଣ କରନ୍ତୁ ନଚେତ୍ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦେବାକୁ ଚେତାବନୀ ଦିଆଯାଇଛି ।ବହୁ ଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡରେ ପୋଲିସକୁ ଖବର ଦେଇଥିବା ଅନିଲ ମାଝୀଙ୍କୁ ଗତ ଜାନୁଆରୀ ୨୮ ତାରିଖରେ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଲୋକେ ଭୟରେ ଘରୁ ପଦାକୁ ବାହାରି ପାରୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.