ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ପକ୍ଷରୁ ମାଓ ପୋଷ୍ଟର, ଭୋଟ୍ ବର୍ଜନ ଚେତାବନୀ

Published By : Prameya-News7 Bureau | March 22, 2019 IST

କାଲିମେଳା ୨୨|୩ :  ଆସନ୍ତା ସାଧାରଣ ନିର୍ବାଚନକୁ ବିରୋଧ କରି ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ପକ୍ଷରୁ ମାଓ ପୋଷ୍ଟର  ଲଗାଯାଇଛି । କାଲିମେଳା ବସଷ୍ଟାଣ୍ଡ ପରିସର, କାଲିମେଳାରୁ ମାଲକାନଗିରି  ଯିବା ରାସ୍ତା, ଏବଂ ମୋରମଗାତ ନିକଟରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି । ମାଓପୋଷ୍ଟର ଲାଲରଙ୍ଗରେ ଧଳା  କାଗଜରେ ରାଜ୍ୟ ଓ କେଦ୍ର ସରକାର ଶାସନକୁ ବିରୋଧ କରି  ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନକୁ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି। ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଉଦ୍ଧାର କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.