ବାଲିଗୁଡ଼ାରେ ମାଓବାଦୀ ପୋଷ୍ଟର ଠାବ

Published By : Prameya-News7 Bureau | November 11, 2018 IST

କନ୍ଧମାଳ ୧୧/୧୧: ବାଲିଗୁଡା ଉପଖଣ୍ଡର କୋଟଗଡ ଥାନା ଅଞ୍ଚଳର ଦୂଗାପାଙ୍ଗା ରାଜ୍ୟ ରାଜପଥ ୫ ନଂ ରାସ୍ତା କଡରେ ବିପ୍ଲବ ଅଭିନନ୍ଦନ ସହିତ ଓଡିଶା ରାଜ୍ୟ କମିଟି ଭାରତର କମ୍ୟୁନିଷ୍ଟ ପାଟି( ମାଓବାଦୀ ) ଲେଖାଥିବା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ପୋଲିସ ଇନ୍ଫରମରକୁ ହତ୍ୟା କରାଯିବାସହ ବ୍ରାହ୍ମଣୀୟ ହିନ୍ଦୁବାଦୀ ଫାଶୀବାଦ ବିରୁଦ୍ଧରେ  ସଂଗ୍ରାମ କରନ୍ତୁ । ଗେରୁଆ ଧାର୍ମିକ ଆତଙ୍କବାଦୀ ସଂଘ ପରିବାରର ତାଣ୍ଡବଲୀଳା ବିରୁଦ୍ଧରେ ପ୍ରତିରୋଧ ସପ୍ତାହ ଡିସେମ୍ବର  ୬ ଟାରୁ ୧୨ ଟା ପଯ୍ୟନ୍ତ ପାଳନ କରନ୍ତୁ  ବୋଲି ଲେଖାଥିବା ଦେଖିବାକୁ ମିଳିଥିବା ବେଳେ  ଏହି  ଅଞ୍ଚଳରେ ଭୟଙ୍କର ବାତାବରଣ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.