ପଦ୍ମପୁର ଅଞ୍ଚଳରେ ପାଳଭୂତରେ ଲାଗିଛି ମାଓ ପୋଷ୍ଟର
11/12/2018 at 1:31 PM

ବରଗଡ ୧୧|୧୨: ପଦ୍ମପୁର ଅଞ୍ଚଳରେ ମାଓ ପୋଷ୍ଟର । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ସଦନନ୍ଦପୁରଠାରେ ଏକ ପାଳଭୂତ ସହ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପାଳଭୂତ ମଧ୍ୟରେ ପ୍ରେସର ବୋମା ରହିଛି କେହି ଛୁଇଁଲେ ବିସ୍ଫୋରଣ ହେବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟଲୋକ ପାଳଭୂତ ସହ ପୋଷ୍ଟର ଦେଖିବାପରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଉପଖଣ୍ଡ ଅଧିକାରୀ ବମ୍ ସ୍କ୍ବାର୍ଡ ଟିମ୍ କୁ ସୂଚିତ କରିବା ସହ ସତର୍କତା ମୁତାବକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021