Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଲାଲ୍‌ବାହିନୀକୁ ଝଟ୍‌କା : ଆତ୍ମସମର୍ପଣ କଲା ଟପ୍ ମାଓ ନେତା ପୋଗା ସୁରିନ

30/01/2020 at 4:23 PM

ରାଉରକେଲା ୩୦।୧: ପୁଣି ଲାଲବାହିନୀକୁ ଲାଗିଲା ଝଟକା । ରାଉରକେଲା ପୋଲିସ ସହ ସିଆରପିଏଫ ୯ ବାଟାଲିୟନ ନିକଟରେ ଆତ୍ମସମର୍ପଣ କରିଛି ଟପ୍ ମାଓ ନେତା ପୋଗା ସୁରିନ । ଆତ୍ମସମର୍ପଣ କରିଥିବା ମାଓନେତା ପୋଗା ସୁରିନର ଘର ଝାଡ଼ଖଣ୍ଡ ଛୋଟାନଗର ଥାନା ସୋନାପି ଗାଁରେ ।

୨୦୧୩ ମସିହାରେ ପୋଗା ସୁରିନ ମାଓ ସଙ୍ଗଠନରେ ଯୋଗଦେଇ ପ୍ରଥମେ ବିଶ୍ରା ଗ୍ରୁପରେ ସକ୍ରିୟ ଥିଲା । ପରେ ୨୦୧୫ରେ ବାପା ମା’ଙ୍କୁ ଦେଖା କରିବାକୁ ଯାଇ ମାଓ ସଙ୍ଗଠନ ଛାଡି ଛତିଶଗଡ଼ର ରାଇଗଡ଼ ପରେ ଝାଡଗଣ୍ଡ ଟାଟାନଗରର ଏକ କମ୍ପାନୀରେ କାମ କରୁଥିଲା । ପୁଣି ୨୦୧୮ ମାର୍ଚ୍ଚରେ  ଦର୍ଶନ ମାଓ ସଙ୍ଗଠନରେ ଯୋଗ ଦେଇଥିଲା ପୋଗା ସୁରିନ ।

ଆତ୍ମସମର୍ପଣ  କରିଥିବା  ଟପ୍ ମାଓନେତା ପୋଗା ସୁରିନ ଓଡିଶା ସୀମାନ୍ତ ଝାଡ଼ଖଣ୍ଡ ସହ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଡିଭିଜନରେ ସକ୍ରିୟ ଥିଲା । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଲାଲବାହିନୀଠୁ ଦୂରେଇ କରିଛି ଆତ୍ମସମର୍ପଣ ।

   Related Posts