Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଓବାଦୀଙ୍କ ବର୍ବର କାଣ୍ଡ ; ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ରାଇଘର ୧୨|୨:  ମାଓବାଦୀଙ୍କ ବର୍ବର କାଣ୍ଡ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହଦଳୀ ପଞ୍ଚାୟତ ଭନସ ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଟୁନୁ ଗଣ୍ଡ । ହତ୍ୟା ଘଟଣାରେ ୨୦ରୁ ୨୫ ମାଓବାଦୀ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଟୁନୁ ଗଣ୍ଡଙ୍କ ଘର ଭିତରେ ପଶି ଟୁନୁ ଶୋଇଥିବା ଅବସ୍ଥାରେ ତାକୁ ଉଠାଇ ଆଣିଥିଲେ । ଟୁନୁକୁ ଗାଁ ମୁଖ୍ୟ ରାସ୍ତା ମଝିରେ ତଣ୍ଟି କାଟି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ସେହି ସ୍ଥାନରେ ହିନ୍ଦୀ ଭାଷାରେ ଲେଖାଥିବା ଏକ ହାତଲେଖା ଚିଠି ମଧ୍ୟ ଛାଡି ଯାଇଛନ୍ତି । ପୋଲିସକୁ ମାଓବାଦୀଙ୍କ ସଂପର୍କରେ ସୂଚନା ଦେଉଥିବାରୁ ଟୁନୁଙ୍କୁ ହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି ।

132 Views

   ସମ୍ବନ୍ଧିତ ଖବର