ମାଲକାନଗିରି ସୀମାରେ ମାଓ ହିଂସା ; ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କ ଗଳାକାଟି ହତ୍ୟା

Published By : Prameya-News7 Bureau | September 11, 2018 IST

ମାଲକାନଗିରି ୧୧|୯: ମାଲକାନଗିରି ସୀମାରେ ମାଓ ହିଂସା । ଛତିଶଗଡ ଦାନ୍ତେୱାଡାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଗତ ୩ ଦିନ ତଳେ ତାଙ୍କୁ ଘରୁ ଅପହରଣ କରି ନେଇଥିଲେ ମାଓବାଦୀ । ବଚେଲି ରେଳ ଲାଇନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦାନ୍ତେୱାଡା ଉତ୍ତରା ଗାଁର ହୁଙ୍ଗା କର୍ମା । ଘଟଣାସ୍ଥଳରୁ ହାତ ଲେଖା ମାଓ ପୋଷ୍ଟର ମଧ୍ୟ ଜବତ କରାଯାଇଛି । ସେ ମାଓବାଦୀଙ୍କ ଗତିବିଧି ସଂପର୍କରେ ପୁଲିସକୁ ସୂଚନା ଦେଉଥିବାରୁ ତାଙ୍କୁ ଏଭଳି ଭାବେ ହତ୍ୟା କରାଯାଇଥିବା ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ପୁଲିସର କମ୍ବିଂ ସତ୍ତ୍ବେ ବାରମ୍ବାର ଏଭଳି ଅଘଟଣ ଘଟାଉଛନ୍ତି ମାଓବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.