Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଏନକାଉଣ୍ଟରରେ ହାର୍ଡକୋର ମାଓ କମାଣ୍ଡର ନିହତ : ଅତ୍ୟାଧୁନିକ ବିଜିଏମ୍ ଜବତ

17/12/2020 at 8:23 AM

ମାଲକାନଗିରି ୧୭।୧୨: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓ କମାଣ୍ଡର ପ୍ରାଣ ହରାଇଛନ୍ତି । ସୁକୁମା ଜିଲ୍ଲା ଜାଗୁରକୋଣ୍ଡା ଗ୍ରାମର ରାଜଲକୋଣ୍ଡା ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁକମା ଏସପି କେ ଏଲ ଧ୍ରୁବଙ୍କ ନେତୃତରେ ଡିଆରଜି, ସିଆରପିଏଫ ଓ କୋବ୍ରା ଜବାନ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କ ଆସିବା ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିବାରୁ ଜବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।

ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ । ପରେ ଜବାନ ମାନେଘଟଣାସ୍ଥଳକୁ ସର୍ଚ୍ଚ କରିବାରୁ ନକ୍ସଲ ସଂଗଠନର ଜଣେ ହାର୍ଡକୋର ମାଓ କମାଣ୍ଡରଙ୍କ ଶବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଏଥିରେ ୭ଟି ବିଜିଏମ, ୨ଟି ବନ୍ଧୁକ, ଅନେକ ଅଫୁଟା ଗୁଳି, ୪ଟି ଲ୍ୟାଣ୍ଡମାଇନ ଓ ନକ୍ସଲ ପୋଷାକ ସହ ଅନେକ ମାଓ ସାମଗ୍ରୀ ରହିଛି ।

ଏହା ପୋଲିସ ପାଇଁ ବଡ ସଫଳତା ବୋଲି କୁହାଯାଉଛି । କାରଣ ଜବତ ମାଓ ସାମଗ୍ରୀ ମଧ୍ୟରେ ୭ଟି ଅତ୍ୟାଧୁନିକ ବିଜିଏମ ରହିଛି । ବିଶେଷ କରି ଆତଙ୍କବାଦୀମାନେ ଯେଉଁ ବିଜିଏମ ବ୍ୟବହାର କରନ୍ତି ତାହା ବର୍ତ୍ତମାନ ମାଓବାଦୀମାନେ ମଧ୍ୟ ବ୍ୟବହାର କରୁଥିବା ବେଳେ ପ୍ରଥମ କରି ଏହି ଏନକାଉଣ୍ଟର ପରେ ଏହାକୁ ଠାବ କରାଯାଇଛି । ଏହା କେମିତି ମାଓବାଦୀଙ୍କ ପାଖକୁ ଆସିଲା ତାହାର ତଦନ୍ତ ନିମନ୍ତେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗକୁ ଜଣାଯିବ ବୋଲି ସିଆରପିଏଫ ଡିଆଇଜି ୟୁଗନ ସିଙ୍ଗ କହିଛନ୍ତି । 

   Related Posts