କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନର ଆନ୍ଦୋଳନକୁ ମାଓବାଦୀଙ୍କ ସମର୍ଥନ, ଜାରି କଲେ ୨ ପୃଷ୍ଠାର ଚିଠି

Published By : Prameya-News7 Bureau | January 01, 2021 IST

ଚିତ୍ରକୋଣ୍ଡା ୧।୧: କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନକୁ ସମର୍ଥନ କରିଛନ୍ତି ନକ୍ସଲପନ୍ଥୀ । ସାମ୍ରାଜ୍ୟବାଦୀ ତଥା ବଡ ନିବେଶକଙ୍କଠାରୁ ଦେଶକୁ ଦୂରେଇ ଦେଇଥିବା ମୋଦି ସରକାର ଆଣିଥିବା କୃଷି ଆଇନ ବିରୋଧରେ ମାସେ ଧରି ଚାଲିଆସୁଥିବା କୃଷି ଆନ୍ଦୋଳନକୁ ମାଓବାଦୀ ଦଳ ସମ୍ପୂର୍ଣ୍ଣ ସମର୍ଥନ ଦେବ । ଏଭଳି ନିଷ୍ପତ୍ତି ନେଇଛନ୍ତି AOBSZC (ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶଲ ଜୋନାଲ କମିଟି) ମାଓ ସଂଗଠନ ।

ଗଣେଶ ଅଭିଯୋଗ କରିଛନ୍ତି ଯେ, ବିଜେପି ଏବଂ ଆରଏସଏସ ଆଇଟି ପ୍ରଫେସନାଲମାନଙ୍କ ସହ ଗଣମାଧ୍ୟମରେ ବହୁ ପରିମାଣରେ ମିଥ୍ୟା ତଥ୍ୟ ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ଆତ୍ମହତ୍ୟା ଏବଂ ଶହୀଦ ହୋଇ ପ୍ରାଣ ହରାଇଥିବା ୪୦ରୁ ଅଧିକ କୃଷକଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

କୃଷି ବିପ୍ଳବର ସଫଳତା ପାଇଁ ଗଣତାନ୍ତ୍ରିକ ବିପ୍ଳବର ସଫଳତା ପାଇଁ କୃଷି ସଙ୍କଟ ଦୂର କରିବାର ଆଉ ଏକ ଉପାୟ ଅଛି, ବିପ୍ଳବର ଏକ ଅଂଶ ଭାବରେ ଭାରତ ଗଠନ ପାଇଁ ମାଓବାଦୀ ଦଳର ସେକ୍ରେଟାରୀ ଗଣେଶ ବିବୃତ୍ତିରେ କହିଛନ୍ତି । ଆତ୍ମହତ୍ୟା ଏହାର ସମାଧାନ ନୁହେଁ ବରଂ ଦେଶରୁ ପୁଞ୍ଜିପତି ଙ୍କୁ ହଟେଇବା ଆମର ଲକ୍ଷ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.