ଲାଲବାହିନୀର ଧମକ : ଗୁରୁପ୍ରିୟା ସେତୁ ନିର୍ମାଣ ବିରୋଧରେ ଜାରିକଲେ ଚିଠି

Published By : Prameya-News7 Bureau | September 26, 2018 IST

ମାଲକାନଗିରି ୨୬|୯: ପୁଣି ଲାଲବାହିନୀର ଧମକ । ଗୁରୁପ୍ରିୟା ସେତୁ ନିର୍ମାଣ ବିରୋଧରେ ଚିଠି ଜାରି କରିଛନ୍ତି ମାଓବାଦୀ । ମାଲାକାନଗିରି ବିଶାଖା ବୋର୍ଡ ଡିଭିଜନ କମିଟି ପକ୍ଷରୁ ଏହି ଚିଠି ଜାରି ହୋଇଛି । ଆଦିବାସୀଙ୍କ ବିନାଶ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହୋଇଛି । ବିଛିନ୍ନାଞ୍ଚଳର ବିକାଶ ପାଇଁ ନିର୍ମାଣ ହୋଇନି । ବରଂ ପ୍ରାକୃତିକ ସଂପଦ ଚୋରି ପାଇଁ ତିଆରି ହୋଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି । ବିଦ୍ୟୁତ୍ ଆବଶ୍ୟକତା ପୂରଣ ପାଇଁ ବାଲିମେଳା ଜଳଭଣ୍ଡାରରେ ଅଧିକ ଜଳ ସଂରକ୍ଷଣ ରଖାଯାଉଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୭ଟି ପଞ୍ଚାୟତ ଲୋକଙ୍କ ଫସଲ ନଷ୍ଟ ହେଲାଣି । ତେଣୁ କ୍ଷତିପୂରଣ ଦାବି ଉଠିଲାଣି । ବିଛିନ୍ନାଞ୍ଚଳରେ ବିଦ୍ୟୁତ୍, ଶିକ୍ଷା, ସ୍ବାସ୍ଥ୍ୟରେ କିଛି ଉନ୍ନତି ହୋଇନି । ହେଲେ ପୋଲିସ ୧୫ ଶହରୁ ୨ ହଜାର ପହଞ୍ଚିଲେଣି । ପୋଲିସ ବଳରେ ପ୍ରାକୃତିକ ସଂପଦ ଲୁଟ୍ ସେତୁ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.