Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ନାରୀ ନିର୍ଯାତନାକୁ ନକ୍ସଲ ସଂଗଠନ ପକ୍ଷରୁ ବିରୋଧ

8/03/2020 at 9:51 AM

ଚିତ୍ରକୋଣ୍ଡା ୦୮।୦୩: ମାର୍ଚ୍ଚ ୮ ତାରିଖ ଜାତୀୟ ମହିଳା ଦିବସ ପାଇଁ ବିଶାଖା ଇଷ୍ଟ୍ ଡିଭିଜନ ଜୋନାଲ କମିଟି (maoist) ପକ୍ଷରୁ ୨ ପୃଷ୍ଠା ଚିଠି ଗଣମାଧ୍ୟମକୁ ଦିଆଯାଇଛି। ଚିଠିରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନା କୁ ବିରୋଧ କରିଛନ୍ତି ନକ୍ସଲ ପନ୍ଥୀ। ୧୦ ବର୍ଷ ପୂର୍ବରୁ ଆନ୍ଧ୍ର ର ୱାକା ପଲ୍ଲୀ ଗାଁ ରେ ୧୦ ଜଣ ମହିଳାଙ୍କୁ ବଳାତ୍କାର କରି ଫିଙ୍ଗି ଚାଲିଯାଇଥିଲେ। ସେହି ବଳାତ୍କରୀ ଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ।

ସରକାରଙ୍କ ଯେତେ ଆଇନ୍ ନୂତନ ଭାବେ ତିଆରି କରିଲେ ମଧ୍ୟ ଗରିବ ମହିଳାଙ୍କ ପାଇଁ କୌଣସି ଆଇନ୍ କାର୍ଯ୍ୟକାରୀ ହେଉନାହିଁ। ସେଥିପାଇଁ ୧୯୧୦ ମସିହାରେ କାରାଲା ଜକେନ୍ ନାଁରେ ଜଣେ ମହିଳା ମାର୍ଚ୍ଚ ୮ତାରିଖ କୁ ଦେଶ ବ୍ୟାପି ଜାତୀୟ ମହିଳା ଦିବସ ପାଳିବା ପାଇଁ ସମସ୍ତ ମହିଳା ଏକାଠି ହୋଇ ନାରୀ ନିର୍ଯାତନା ବିରୋଧରେ ସ୍ୱର ଉଠେଇବା ପାଇଁ ଆହ୍ବାନ ଦେଇଛନ୍ତି। ନାରୀ ଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା କୁ ବିରୋଧ କରି ବିଶାଖା ଇଷ୍ଟ ଡିଭିଜନ ଜୋନାଲ୍ ସେକ୍ରେଟାରୀ ଅରୁଣା ଏହିପରି ଚିଠିରେ ଦର୍ଶାଇଛନ୍ତି।

   Related Posts