Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଚର୍ଚ୍ଚିତ ଖବର : ଆତ୍ମସମର୍ପଣ କରିବେ ମାଓନେତା ଗଣପତି , ତାଙ୍କୁ ଧରାଇବାକୁ ଅଛି ୪ କୋଟିର ପୁରସ୍କାର

2/09/2020 at 9:55 AM

ନୂଆଦିଲ୍ଲୀ ୦୨।୦୯: ଆତ୍ମସମର୍ପଣ କରିପାରନ୍ତି ଟପ୍ ମାଓ ନେତା ଗଣପତି । ସି.ପି.ଆଇ. ସେଣ୍ଟ୍ରାଲ୍ କମିଟି ସଦସ୍ୟ ମୁପାଲ୍ଲା ଲକ୍ଷ୍ମଣ ରାଓ ଓରଫ୍ ଗଣପତି ଆତ୍ମସମର୍ପଣ କରିବା ନେଇ ଚିନ୍ତା କରୁଥିବା ତେଲେଙ୍ଗାନା ଗୁଇନ୍ଦା ସଂସ୍ଥା ନିକଟକୁ ସୂଚନା ଆସିଛି । 

ବି.ଏସ୍.ସି ବି.ଇଡି  ପରେ ଗଣପତି ମାଓ ସଂଗଠନରେ  ସାମିଲ ହୋଇଥିଲେ ।  ପ୍ରାୟ ୩୦ ବର୍ଷ ସେ  ମାଓ କାର୍ଯ୍ୟକଳାପରେ ସକ୍ରିୟ ରହିଥିଲେ । ୨୦୧୮ରୁ ମାଓ ଇଷ୍ଟ ସଂଗଠନର ମହାସଚିବ ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ସକ୍ରିୟ ମାଓ କାର୍ଯ୍ୟକଳାପରୁ ଦୂରେଇ ରହିଛନ୍ତି ।  ୭୪ ବର୍ଷିୟ ଗଣପତିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ନାହିଁ ।  ତେଣୁ ସେ ଆତ୍ମସମର୍ପଣ କରିବା ନେଇ ତାଙ୍କର ଜଣେ ପ୍ରତିନିଧିଙ୍କ ମାଧ୍ୟମରେ ଖବର ଦେଇଛନ୍ତି । ତେବେ ଏଥିପାଇଁ ସେ ତାଙ୍କର ଚିକିତ୍ସାର ସର୍ତ୍ତ ରଖିଥିବା ଜଣାଯାଇଛି । ଏନେଇ ସେ କେନ୍ଦ୍ର ନିକଟକୁ ବି ସୂଚନା ଦେଇଛନ୍ତି । ଏପରିକି ତାଙ୍କୁ ଧରାଇବାକୁ ୪କୋଟିର ପୁରସ୍କାର ରହିଛି ।

ମାଓବାଦୀମାନେ ତେଲେଙ୍ଗାନାରେ ଆତ୍ମସମର୍ପଣ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । କାରଣ ସେମାନେ ଭୟ କରୁଛନ୍ତି ପୋଲିସ ସେମାନଙ୍କୁ ଏନକାଉଣ୍ଟର୍ କରିଦେଇପାରେ । ଏବେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରୁଥିବା ସୂଚନା ମଳିଛି । ତେଣୁ ଦୁଇ ତିନି ଦିନ ମଧ୍ୟରେ ଏନେଇ କିଛି ଠୋସ ନିଷ୍ପତ୍ତି ସାମ୍ନାକୁ ଆସିପାରେ ।

   Related Posts