ପୁଣି ମାଓ ହିଂସା : ଯୁବକଙ୍କୁ ଘରୁ ଡାକିନେଇ ଗଳାକାଟି କଲେ ହତ୍ୟା

Published By : Prameya-News7 Bureau | October 08, 2020 IST

ମାଲକାନଗିରି ୮।୧୦: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଡାକିନେଇ ଗଳାକାଟି ହତ୍ୟା କଲେ ଲାଲ୍ ବାହିନୀ । ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗାଁରେ ଘଟିଛି ଏହି ହିଂସା କାଣ୍ଡ । ମୃତ ଯୁବକଙ୍କ ନାଁ ଉଇକା ଉଙ୍ଗା ବୋଲି ଜଣାପଡିଛି । ପ୍ରାୟ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଗତକାଲି ରାତିରେ କୁନ୍ଦେର ଗାଁରେ ପହଞ୍ଚି ଉଙ୍ଗାକୁ ଘରୁ ଡାକି ନେଇଥିଲେ । ହେଲେ ଆଜି ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.